33.1 C
Bhubaneswar
Saturday, April 27, 2024
Homeଅପରାଧପ୍ରେମିକ ଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଆସିଥିବା ବେଳେ ପ୍ରେମିକାଙ୍କ ସହ ହେଲା ଏମିତି ..

ପ୍ରେମିକ ଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଆସିଥିବା ବେଳେ ପ୍ରେମିକାଙ୍କ ସହ ହେଲା ଏମିତି ..

ଚେନ୍ନାଇ: ବାପା ବି ହୋଇପାରେ ସୈତାନ। ତାମିଲ୍‌ନାଡୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୪୨ ବର୍ଷୀୟ ବ୍ୟବସାୟୀ ନିଜ ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

 
ଦୁଷ୍କର୍ମ ଅଭିଯୁକ୍ତର ପୁଅ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଅଭିଯୁକ୍ତଙ୍କ ପୁଅ ଓ ପୀଡ଼ିତା ପରସ୍ପରଙ୍କ ସହ ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ସାଥି ହୋଇ ଚେନ୍ନାଇରେ ଖେଳ ସରଞ୍ଜାମ ବିକ୍ରି ବି କରନ୍ତି। ୨୦ ବର୍ଷୀୟା ଯୁବତୀ ଜଣକ ନିଜର ବିବାହ ବିଷୟରେ କଥା ହେବା ପାଇଁ ତାଙ୍କ ପ୍ରେମିକଙ୍କ ବାପାଙ୍କ ନିକଟକୁ ଆସିଥିଲେ। ମାତ୍ର ପ୍ରେମିକର ବାପା ତାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ନିଜର ଜଣେ ବନ୍ଧୁଙ୍କ ଘ‌ରେ ବନ୍ଦୀ କରି ରଖିଥିଲେ। ଏ ବିଷୟରେ ଅଭିଯୁକ୍ତଙ୍କ ପୁଅ ଜାଣିବା ପରେ ସେ ନିଜ ବାପାଙ୍କର ସେହି ବନ୍ଧୁ ଘରକୁ ଯାଇ ତାଙ୍କ ପ୍ରେମିକାଙ୍କୁ ଉଦ୍ଧାର କରିବା ସହ ବାପାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। । ଅଭିଯୁକ୍ତ ଜଣକ ହେଉଛନ୍ତି ନିତ୍ୟାନନ୍ଦମ୍। ନିତ୍ୟାନନ୍ଦମ୍ ଯେତେବେଳେ ଜାଣିଲେ ତାଙ୍କ ପୁଅର ଜଣେ ଝିଅ ସହ ପ୍ରେମ ସଂପର୍କ ଅଛି। ସେ କୌଶଳ ପ୍ରୟୋଗ କରି ଝିଅଟିକୁ ବିବାହ ବିଷୟରେ କଥା ହେବାକୁ ତାଙ୍କ ଘରକୁ ଡାକିଲେ ଓ ତାଙ୍କ ପୁଅ ଜୀବନରୁ ସବୁଦିନ ପାଇଁ ହଟାଇ ଦେବାକୁ ତାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking