28.1 C
Bhubaneswar
Saturday, April 27, 2024
Homeଓଡିଶାଜନ୍ମଦିନରେ ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ

ଜନ୍ମଦିନରେ ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ

ଭୁବନେଶ୍ୱର : ସ୍ମାର୍ଟସିଟିରେ ଦିନକୁ ଦିନ ବଢ଼ିଚାଲିଛି ମହିଳାଙ୍କ ଉପରେ ଅତ୍ୟାଚାର । କେତେେବେଳେ ଦିନ ଦିପହରରେ ଅପରାଧୀ ଘର ଭିତରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରୁଛି ତ କେତେବେଳେ ଦୁଷ୍କର୍ମ ହେଉଛି । କେବଳ ଦେଖଣାହାରି ସାଜିଛି ସ୍ମାର୍ଟ ପୋଲିସ। ଫିଲ୍ମରେ ଦେଖିବାକୁ ମିଳୁଥିବା ନିଶାଦେଇ ଦୁଷ୍କର୍ମ ସିନ୍ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ନିଶାଦେଇ ଦୁଇ ଜଣ ଯୁବକ ଦୁଷ୍କର୍ମ କରିବା ପରେ ଘଟଣାର ସମ୍ବେଦନଶୀଳ ଫଟୋକୁ ଭାଇରାଲ୍ କରିବାକୁ ଦେଇଛନ୍ତି ଧମକ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ପଣ୍ଡାପାର୍କ ବସ୍ତିରେ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ପଣ୍ଡାପାର୍କ ବସ୍ତିରେ ରହୁଥିବା ମାଧୁରୀ ନାୟକ ୨୦ ବର୍ଷ ଛଦ୍ମନାମ  ଙ୍କ ସହ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ଯୁବକଙ୍କର ଦିଅର ଭାଉଜ ସମ୍ପର୍କ ଥିଲା ।

ଏହାକୁ ନେଇ ଯୁବକ ଜଣଙ୍କ ଅନେକ ସମୟରେ ମହିଳାଙ୍କ ଘରକୁ ଯିବାଆସିବା କରନ୍ତି । ସୂଚନା ଅନୁଯାୟୀ, ରବିବାର ମାଧୁରୀଙ୍କର ଜନ୍ମଦିନ ଥିଲା । ଫଳରେ ପଡ଼ୋଶୀ ଯୁବକ ମାଧୁରୀଙ୍କ ସ୍ୱାମୀଙ୍କ ଅନୁପସ୍ଥିତରେ ତାଙ୍କ ଘରକୁ ଆଶି ତାଙ୍କୁ ଜୋରଜବରଦସ୍ତି ମଦ ପିଆଇ ଦେଇଥିଲେ । ମାଧୁରୀ ଅଚେତ ହୋଇ ପଡ଼ିଯିବାରୁ ଉକ୍ତ ଯୁବକ ଓ ତାଙ୍କ ସହଯୋଗୀ ଦାରୁ ଠେଙ୍ଗ ଅଞ୍ଚଳର ନୀଳ ପଟ୍ଟନାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଦୁଇଜଣ ମିଶି ତାଙ୍କ ଫଟୋ ନିଜ ମୋବାଇଲ୍‌ରେ ଉଠାଇଥିଲେ । ମାଧୁରୀଙ୍କ ଚେତା ଫେରିବା ପରେ ସେ ସମସ୍ତ ଘଟଣା ଜାଣି ନିଜ ସ୍ୱାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ଅଭିଯୁକ୍ତ ଯୁବକ ଦ୍ୱୟଙ୍କୁ କହିବାରୁ ସେମାନେ ବାହାରେ କାହାକୁ କହିଲେ ତାଙ୍କ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ସେମାନେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ମଙ୍ଗଳବାର ପଣ୍ଡାପାର୍କ ଅଞ୍ଚଳରୁ ନୀଳଙ୍କୁ କାବୁ କରିଥିଲେ । ପରେ ତାଙ୍କର ଡାକ୍ତରୀ ମଇନା କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking