28.1 C
Bhubaneswar
Thursday, March 28, 2024
Homeଓଡିଶାମନ୍ଦିର ନିର୍ମାଣସ୍ଥଳରେ ୧୪୪, ଥାନା ଘେରିଲେ ଗ୍ରାମବାସୀ

ମନ୍ଦିର ନିର୍ମାଣସ୍ଥଳରେ ୧୪୪, ଥାନା ଘେରିଲେ ଗ୍ରାମବାସୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗ୍ରାମରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଚାଲୁଥିବାବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହାର ପ୍ରତିବାଦରେ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ଲୋକ ଥାନା ଘେରାଉ କରିଥିଲେ । ସେଠାରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ । ସୂଚନା ଅନୁଯାୟୀ ପଦ୍ମାବତୀ ଗ୍ରାମରେ କିଛି ଦିନ ଆଗରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମର ୧୨ଜଣ ଲୋକଙ୍କ ନିଜସ୍ୱ ଦଖଲ ଜାଗା ଯାହାକି ୧.୭ ଏକର ଜାଗାରୁ ମାତ୍ର ୪ ଡିସିମିଲ ଜାଗାରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲୁ ରହିଛି ।  ମାତ୍ର ଗ୍ରାମର କିଛି ବ୍ୟକ୍ତି ଏହାକୁ ବିରୋଧ କରିବାରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି । ଏ ନେଇ ଆସନ୍ତା ୨୩ତାରିଖରେ ବିଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଆଜି ପୁଲିସ ପକ୍ଷରୁ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଆସିଥିଲା । ଫଳରେ ଗ୍ରାମର କିଛି ମୁଖ୍ୟ ବ୍ୟକ୍ତି ଥାନାରେ ବସି ଏ ସମ୍ପର୍କରେ ଆଲୋଚନା କରୁଥିବାବେଳେ କେହି ପ୍ରଚାର କରିଦେଇଥିଲା ଯେ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ପଦ୍ମାବତୀ ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ଥାନା ଘେରାଉ କରିଥିଲେ । ସେମାନେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଜିଦ୍ ଧରି ଥିଲେ । କିନ୍ତୁ ତହସିଲଦାର ତୃପ୍ତି ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ବୁଝାଶୁଝା କରିଥିଲେ । ଏହି ଜାଗାରେ ୧୪୪ଧାରା ଲାଗୁ ହୋଇଛି ।

ଜାଗାଟି ରେକର୍ଡରେ ଜଳାଶୟ ଥିବାରୁ ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ନିଷେଧ ବୋଲି କହିଥିଲେ । ଏବେ କିଛି କରିହେବ ନାହିଁ । ୨୩ତାରିଖରେ ବିଚାର ପରେ ଯାହା ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଥାନାରେ ଲୋକଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଘଟଣାସ୍ଥଳରେ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ସହ ଭାପୁର ଉପାଧ୍ୟକ୍ଷ ପହଞ୍ଚି ଲୋକଙ୍କୁ ବୁଝାଇ ଥିଲେ । ମନ୍ଦିର ନିର୍ମାଣ ପାଇଁ ସବୁ ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking