29.1 C
Bhubaneswar
Saturday, April 27, 2024
Homeଅପରାଧହଇଦ୍ରାବାଦ ଗଣଦୁଷ୍କର୍ମ : ଏନକାଉଣ୍ଟରକୁ ନେଇ ଶଶି ଥରୁର, ଓୱୈସୀ ଏବଂ ମେନକା ଉଠାଇଲେ ପ୍ରଶ୍ନ

ହଇଦ୍ରାବାଦ ଗଣଦୁଷ୍କର୍ମ : ଏନକାଉଣ୍ଟରକୁ ନେଇ ଶଶି ଥରୁର, ଓୱୈସୀ ଏବଂ ମେନକା ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ମହିଳା ଡାକ୍ତରାଣୀଙ୍କୁ ପ୍ରଥମେ ଗଣବଳାତ୍କାର ଏବଂ ଏହାପରେ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଛି। ଏହାକୁ ନେଇ ସମଗ୍ର ଦେଶ ସ୍ଵର ଉଠାଇଥିଲା। ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ଲୋକମାନେ ମଧ୍ୟ ଦାବି କରୁଥିଲେ। ଏହି ମଧ୍ୟରେ ଲୋକସଭାରେ ଏନକାଉଣ୍ଟରକୁ ନେଇ ଲୋକମାନେ ଅଲଗା ଅଲଗା ପ୍ରତିକ୍ରିୟା ରଖିଛନ୍ତି। ଗୋଟିଏ ବର୍ଗ ହାଇଦ୍ରବାଦର ପୋଲିସର ପଦକ୍ଷେପକୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କିଛି ବର୍ଗ ଆଇନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଆଇଏମଆଇଏମର ମୁଖ୍ୟ ଅଶଦୁଦ୍ଦୀନ ଓୱୈସୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନକାଉଣ୍ଟରର ଯାଂଚ୍ ହେବା ଉଚିତ୍।
ଅଶଦୁଦ୍ଦୀନ ଓୱୈସୀଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ଯେ, ଏଭଳି ଏନକାଉଣ୍ଟରକୁ ବିଶ୍ଵାସ କରାଯିବ ନାହିଁ। ଯଦି ଅଭିଯୁକ୍ତକାରୀଙ୍କ ନିକଟରେ ଅସ୍ତ୍ର ଥିଲା ତେବେ ପୁଲିସ ତାର କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ସାବ୍ୟସ୍ତ କରିପାରିବ। ଯେଉଁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସି ନାହିଁ ସେପର୍ଯ୍ୟନ୍ତ ଆମକୁ ନିନ୍ଦା କରିବା ଉଚିତ୍ ନୁହେଁ। କିନ୍ତୁ ପୋଲିସର ଏହି ପ୍ରକ୍ରିୟାକୁ ଉଚିତ୍ କୁହାଯିବ ନାହିଁ।
ଏତଦ୍ ବ୍ୟତୀତ ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଜଣେ ସାଧାରଣ ନାଗରିକ ହିସାବରେ ମୁଁ ଖୁସୀ ଅଛି। ଆମେ ଯେଉଁ ପରି ଚାହୁଁଥିଲୁ ସେହି ଭଳି ଅନ୍ତ ଘଟିଛି। ଏଭଳି ନ୍ୟାୟ କାନୁନ ଅନୁଯାୟୀ ହେବା ଉଚିତ୍। ଉଚିତ୍ ପ୍ରକ୍ରିୟା ମାଧ୍ୟମରେ ହେବା ଉଚିତ୍। ଆମେ ସର୍ବଦା ବଳାତ୍କାରିଙ୍କ ପାଇଁ ମୃତ୍ୟୁଦଣ୍ଡା ମାଗୁଥିଲୁ। ପୋଲିସ ମଧ୍ୟ ଭଲ ପଦକ୍ଷେପ ନେଇଛି। ଏହାକୁ ନେଇ ମେନକା ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଯାହା ବି ହୋଇଛି ତାହା ଏହି ଦେଶ ପାଇଁ ଭୟାନକ ହୋଇଛି। ଆପଣ ଲୋକମାନଙ୍କୁ ଏଭଳି ମାରି ପାରିବେ ନାହିଁ କାହିଁକି ନା ଆପଣ ଏଭଳି ଚାହୁଁଛନ୍ତି। ଆପଣ ଆଇନକୁ ହାତକୁ ନେଇ ପାରିବେ ନାହିଁ। ସେମାନଙ୍କୁ ଆଇନ ମାଧ୍ୟମରେ ଦଣ୍ଡ ଦିଆଯିବା ଉଚିତ୍ ଥିଲା।
ଏହାକୁ ନେଇ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଲୋକମାନଙ୍କର କ୍ରିମିନାଲ ଜଷ୍ଟିସ୍ ସିଷ୍ଟମ ଉପରୁ ବିଶ୍ଵାସ ଉଠି ଯାଇଛି। ନିର୍ଭୟା କେସରେ ୭ ବର୍ଷ ସମୟ ଲାଗିଲାଣି ଏହା ଦୁଃଖର ବିଷୟ। ଆମେ ଗୋଟିଏ ଦିନରେ ଯାଚିକା ଖାରଜ କରିଦେଲୁ। ଏବେ ରାଷ୍ଟ୍ରପତିଙ୍କୁ ମୁଁ ଅପିଲ କରିବି ସେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ଓ ଦୋଷୀକୁ ଫାଶୀ ଦିଆଯାଉ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking