30.1 C
Bhubaneswar
Thursday, April 25, 2024
Homeଓଡିଶାମିଳିଲା ହାତୀର ମୃତଦେହ, ତଦନ୍ତ ଆରମ୍ଭ

ମିଳିଲା ହାତୀର ମୃତଦେହ, ତଦନ୍ତ ଆରମ୍ଭ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନାଅଞ୍ଚଳ କଳିଙ୍ଗପଦର ନିକଟ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି | ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରାମବାସୀ ହାତୀର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହାତୀ ମାନେ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେଲା ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଥିଲେ । ତେବେ ଆସିଥିବା ହାତୀ ପଲରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି । ଖବର ପାଇଁ ଉତ୍ତର ବନ ଖଣ୍ଡ ଡିଏଫ୍ଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଟିର କିପରି ମୃତ୍ୟୁ ଘଟିଛି ତାହା ବ୍ୟବଛେଦ ପରେ ଜଣାପଡିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking