29.1 C
Bhubaneswar
Tuesday, May 7, 2024
Homeଓଡିଶାଶ୍ରୀମନ୍ଦିର ରୋଷ ଘରେ ୪୦ ଚୁଲା ଭାଙ୍ଗିଲା

ଶ୍ରୀମନ୍ଦିର ରୋଷ ଘରେ ୪୦ ଚୁଲା ଭାଙ୍ଗିଲା

ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଥିବା ୪୦ରୁ ଊର୍ଦ୍ଧ୍ୱ ଚୁଲା ଭଙ୍ଗାରୁଜା ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଶ୍ରୀଜିଉଙ୍କ ନୀତି ବିଳମ୍ବ ହେଉଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ରୋଷଘରେ ଆଜି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଛି। ଏହାରି ଭିତରେ ରହିଛି ପିଠାଆଡ଼ର ୧୫, ଥାଳି ଆଡର ୧୨ଟି, ସାତପୁରୀର ୧୨ଟି, ଅହିଆ (ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨, କୋଠ ଭୋଗ ଚୁଲି ୨, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି।

ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲରେ ଦାବି ହେଉଛି । କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଆଜି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଛି। ସେପଟେ ଚୁଲି ଭାଙ୍ଗି ଯାଇଥିବାରୁ ଭଅଣ୍ଡ ଉଠିବା ଓ ଲୋକେ ବରାଦି ଅବଢା ପାଇବା ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଏଣେ ଜିଲ୍ଲାପାଳ କହିଛନ୍ତି ଯେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଶ୍ରୀଜିଉଙ୍କ ନୀତିକୁ ପୂର୍ବନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ କରାଯିବା ଲାଗି ପ୍ରଚେଷ୍ଟା ଚାଲିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking