36.1 C
Bhubaneswar
Sunday, May 19, 2024
Homeଓଡିଶାଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ: ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ସହ ପୂର୍ତ୍ତ ସଚିବ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ ଯାଦବ । ୧୯୯୬ ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ପୂର୍ତ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସଞ୍ଜୀବ ଚଢ଼ାଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ସଞ୍ଜୀବ ଚଢ଼ା । ସେହିପରି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ହେଲେ ଶୁଭମ ସାକସେନା । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ନିକୁଞ୍ଜ କିଶୋର ସୁନ୍ଦରାୟ । ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରେ ଥିବା ଆଇଏଏସ୍ କ୍ରିଷନ୍ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା । ଏହାପରେ ପରବର୍ତ୍ତୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଏ ହେବ ତାକୁ ନେଇ ଅନେକ ଆଲୋଚନା ପ୍ରକାଶ ପାଇଥିଲା । ଏହାରି ଭିତରେ ଶନିବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯିବା ସହିତ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ଏହି ବଡ ଦାୟିତ୍ୱ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking