32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନ୍‌ରେ କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତାଙ୍କୁ ହତ୍ୟା କଲେ ପ୍ରଫେସର

ଚୀନ୍‌ରେ କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତାଙ୍କୁ ହତ୍ୟା କଲେ ପ୍ରଫେସର

ବେଜିଂ: ଚୀନ୍‌ର ପ୍ରସିଦ୍ଧ ଫୁଡ଼ାନ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର କମ୍ୟୁନିଷ୍ଟ ପାର୍ଟିର ଜଣେ କର୍ମକର୍ତ୍ତାଙ୍କୁ ଛୁୁରୀମାରି ହତ୍ୟା କରିଛନ୍ତି । ବିଶ୍ୱବିଦ୍ୟାଳୟ ପରିରସସ୍ଥ ସ୍କୁଲ ଅଫ୍ ମ୍ୟାଥ୍‌ମେଟିକ୍ସ କ୍ୟାମ୍ପସ୍‌ରେ କମ୍ୟୁନିଷ୍ଟ ପାର୍ଟି ନେତାଙ୍କୁ ହତ୍ୟା କରାଯାଇଛି । ପୁଲିସ ସନ୍ଦିଗ୍ଧ ପ୍ରଫେସର ୩୯ବର୍ଷୀୟ ଜିଆଙ୍ଗଙ୍କୁ ଚିହ୍ନଟ କରିଛି । ପୁଲିସ ପକ୍ଷରୁ କୁହାଯାଇଛି, ଏହି ପ୍ରଫେସର ଜଣକ ଗତ ସୋମବାର ଅପରାହ୍ଣରେ ଡିପାର୍ଟମେଣ୍ଟ ପରିସରରେ ୱାଙ୍ଗ ୟୋଙ୍ଗଝେନ୍‌(୪୯)ଙ୍କୁ ଛୁରାମାଡ଼ କରି ହତ୍ୟା କରିଛନ୍ତି । ୱାଙ୍ଗ ବିରୋଧରେ ଜିଆଙ୍ଗଙ୍କ ପୂର୍ବ ଶତ୍ରୁତା ଥିବା ସେ ସ୍ୱୀକାର କରିଛନ୍ତି । ୨୦୧୩ରେ ଫୁଡ଼ାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁରୂପ ହତ୍ୟାକାଣ୍ଡ ଘଟିଥିଲା ।

ଜଣେ ସ୍ନାତକ ଛାତ୍ର ବିବାଦ କାରଣରୁ ତା’ର ରୁମ୍‌ମେଟ୍‌କୁ ବିଷଦେଇ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ, ଚୀନ୍‌ର ଶିକ୍ଷାୟତନ ଗୁଡ଼ିକରେ ପାର୍ଟି ସେକ୍ରେଟାରୀମାନେ ଦଳୀୟ ଆଦର୍ଶ ବଜାୟ ରଖିବା ପାଇଁ ସତର୍କ ଦୃଷ୍ଟି ରଖିଥିଲାବେଳେ ମାନବାଧିକାର ଓ ବାକ୍ ସ୍ୱାଧୀନତାଦି ପାଶ୍ଚାତ୍ୟ ଆଦର୍ଶରେ ଉଦ୍‌ବୁଦ୍ଧ ହେଉଥିବା ଛାତ୍ରମାନେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଏଭଳି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛନ୍ତି । ବିଶ୍ୱର ଟପ୍ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫୁଡ଼ାନ ୟୁନିଭର୍ସିଟି ସ୍ଥାନ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking