32.1 C
Bhubaneswar
Friday, May 3, 2024
Homeଦେଶ ବିଦେଶବିରୋଧୀ ବି ତ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଚାନ୍ଦା ନେଇଛନ୍ତି: ଶାହ

ବିରୋଧୀ ବି ତ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଚାନ୍ଦା ନେଇଛନ୍ତି: ଶାହ

ନୂଆଦିଲ୍ଲୀ: ଅମିତ୍ ଶାହ ନ୍‌ଡିଟିଭିକୁ ସାକ୍ଷାତକାର ଦେବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚ୍ୟାଲେଞ୍ଜ୍ ଦେଇଛନ୍ତି । ଶାହ କହିଛନ୍ତି, ସୁପ୍ରିମକୋର୍ଟ ଯେବେ ଠାରୁ ଇଲେକ୍ଟୋରାଲ୍ ବଣ୍ଡ୍‌କୁୂ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରାଯିବା ନେଇ ରାୟ ଶୁଣାଇଛନ୍ତି ସେବେଠାରୁ କଂଗ୍ରେସ ଏହାକୁ ବିଜେପିର ଏକ ବଡ ଦୁର୍ନୀତି ଭାବେ ଦର୍ଶାଇବା ଆରମ୍ଭ କରିଛି । ବିଶେଷକରି କଂଗ୍ରେସ ଏବେ ଏହାକୁ ଏକ ନିର୍ବାଚନୀ ମୁଦ୍ଦା ଭାବେ ଉପସ୍ଥାପନ କରିବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ବିଶ୍ୱର ସବୁଠୁ ବଡ଼ ସ୍କାମ୍ ବୋଲି ଅଭିହିତ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଗୋଟିଏ କଥା ଭୁଲିଯାଉଛନ୍ତି ଯେ, ଏହି ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟା ମାଧ୍ୟମରେ ତାଙ୍କ ଦଳ କଂଗ୍ରେସ ମଧ୍ୟ ଚାନ୍ଦାଦାତାଙ୍କ ଠାରୁ କୋଟି କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ପାଇଛି । ରାହୁଲ ଗାନ୍ଧୀଙ୍କର ଯଦି ସତ୍‌ସାହସ ଅଛି ତେବେ ସାମ୍ନାକୁ ଆସି କଂଗ୍ରେସ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ସଂଗ୍ରହ କରିନଥିବା କଥାକୁ ଅସ୍ୱୀକାର କରି ଦେଖାନ୍ତୁ । ଶାହାଙ୍କ କହିବାନୁସାରେ ଯଦି ବିରୋଧୀ ଦଳ ସେମାନେ ଗ୍ରହଣ କରିଥିବା ନିର୍ବାଚନୀ ଚାନ୍ଦାକୁ ଜୋରଜବରଦସ୍ତି ଭାବେ ଆଦାୟ କରାଯାଇଥିବା ଟଙ୍କା କାରବାର ବୋଲି କହିବେ ତେବେ ଏଥିରେ କିଛି କହିବାର ନାହିଁ । ପ୍ରକାଶ, କଂଗ୍ରେସ ଏବଂ ବିଶେଷକରି ରାହୁଲ ଗାନ୍ଧୀ, ଏବେ ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟାକୁ ବିଶ୍ୱର ସବୁଠୁ ବଡ଼ କେଳେଙ୍କାରୀ ବା ଦୁର୍ନୀତି ଭାବେ ଅଭିହିତ କରୁଛନ୍ତି । ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ନୀତିର ଚାମ୍ପିଅନ୍ ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି । ନିର୍ବାଚନୀ ବଣ୍ଡ୍‌କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନ୍‌ଡିଟିଭିକୁ ଶାହଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking