29.1 C
Bhubaneswar
Saturday, April 27, 2024
Homeଅପରାଧବଳି ବେଳେ ଅଘଟଣ : ମଦନିଶାରେ ଛେଳି ବଦଳରେ ଦଉଡି ଧରିଥିବା ଲୋକର ବେକକୁ ହାଣି...

ବଳି ବେଳେ ଅଘଟଣ : ମଦନିଶାରେ ଛେଳି ବଦଳରେ ଦଉଡି ଧରିଥିବା ଲୋକର ବେକକୁ ହାଣି ପକାଇଲେ ପୂଜକ

ନୂଆଦିଲ୍ଲୀ : ଏହା ଅନେକ ଥର ଦେଖାଯାଏ ଯେତେବେଳେ ଲୋକମାନେ ପର୍ବପର୍ବାଣୀ ସମୟରେ ନିଜ ବିଶ୍ୱାସ ପାଇଁ ପଶୁମାନଙ୍କୁ ବଳି ଦିଅନ୍ତି । ଏହି ସମୟରେ ଏପରି କିଛି ମାମଲା ସାମ୍ନାକୁ ଆସେ ଯାହା ହଇଚଇ ସୃଷ୍ଟି କରେ । ନିକଟରେ ଆନ୍ଧ୍ରପ୍ରଦେଶରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଛେଳି ବଳି ଦିଆଯାଉଥିଲା । କିନ୍ତୁ ବଳି କାଟୁଥିବା ସମୟରେ ଛେଳି ବଦଳରେ କାଟିଦେଇଛନ୍ତି ଛେଳିକୁ ଧରିଥିବା ବ୍ୟକ୍ତିଙ୍କ ବେକ ।

ବାସ୍ତବରେ ଏହି ଘଟଣା ଆନ୍ଧ୍ରପ୍ରଦେଶର ଚିତ୍ତୋରରୁ ଆସିଛି । ଏଠାରେ ଥିବା ବଲସାପଲ୍ଲେ ସ୍ଥିତ ଏକ ମନ୍ଦିରରେ ସଂକ୍ରାନ୍ତି ଅବସରରେ ଏକ ବଳି ରୀତିନୀତି କରାଯାଇଥିଲା । କୁହାଯାଇଥିଲା ଯେ, ଆଖପାଖର ଲୋକମାନେ ପ୍ରତିବର୍ଷ ସଂକ୍ରାନ୍ତି ଉତ୍ସବ ସମୟରେ ପଶୁମାନଙ୍କୁ ବଳିଦାନ କରି ସ୍ଥାନୀୟ ୟେଲାମା ମନ୍ଦିରରେ ଉତ୍ସର୍ଗ କରନ୍ତି । ସବୁଥର ପରି, ଏଥର ମଧ୍ୟ ଏହି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେଉଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଗୋଟିଏ ଛେଳି ଅଣାଯାଇଥିଲା ଏବଂ ବଳି ଦିଆଯାଉଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଏପରି କିଛି ଘଟିଲା ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଛେଳିର ବେକ କାଟିବାକୁ ଯାଉଥିବା ବ୍ୟକ୍ତିଙ୍କ ନାମ ହେଉଛି ଚାଲାପଥି ଏବଂ ଛେଳି ଧରିଥିବା ବ୍ୟକ୍ତିଙ୍କ ନାମ ସୁରେଶ । ବଳିଦାନ ସମୟରେ ହଠାତ୍ ଚଲାପଥି ଛେଳି ବଦଳରେ ସୁରେଶଙ୍କ ବେକ କାଟି ଦେଇଥିଲେ । ତାଙ୍କ ବେକ କାଟିବା ମାତ୍ରେ ସେ ଛଟପଟ ହୋଇ ତଳେ ପଡ଼ିଗଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମଦ୍ୟପାନ କରି ନିଶାରେ ଏପରି କରିଥିଲା ଏହି ସମୟରେ ସୁରେଶଙ୍କୁ ମଦନପାଲ୍ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୋଲିସ କହିଛି ଯେ ନିଶା ସେବକ ଅଭିଯୁକ୍ତକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking