29.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଆସୁଛି ବଡ ପ୍ରଳୟ, ହୋଇଯାଆନ୍ତୁ ସାବଧାନ୍‌....

ଆସୁଛି ବଡ ପ୍ରଳୟ, ହୋଇଯାଆନ୍ତୁ ସାବଧାନ୍‌….

ନୂଆଦିଲ୍ଲୀ : ବର୍ତ୍ତମାନ କିଛି ଦିନ ହେବ ଦୁନିଆରେ ଅନେକ ଅସୁବିଧା ଓ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । ଏମିତିକି କରୋନା ମହାମାରୀ ଠାରୁ ଆରମ୍ଭ କରି ବାତ୍ୟା ବନ୍ୟା ଓ ଆଗ୍ନେୟ ଗିରୀ ଭୁସୁଡୁବା ଆଦି ଅନେକ କିଛି । ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ ଅନେକ ସମୟରେ ପୃଥିବୀ ଉପରେ ପ୍ରଳୟ ଆସିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଯାହା ଉପରେ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି । ବର୍ତ୍ତମାନ ପୁଣି ଥରେ ବିଶ୍ୱର ବଡ ବୈଜ୍ଞାନିକମାନେ ଏହି ପ୍ରଳୟକୁ ନେଇ ଚେତାବନୀ ଦେଇଛନ୍ତି । ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟରେ ଏପରି କଥା କହିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତିକି ପୃଥିବୀରେ ଆସୁଥିବା ବିପର୍ଯ୍ୟୟକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତିତ ଅଛନ୍ତି । ସର୍ଭେରେ ବୈଜ୍ଞାନିକମାନେ ପୃଥିବୀରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ବିଷୟରେ ଅନେକ ବଡ଼ କଥା କହିଛନ୍ତି । ପୃଥିବୀରେ ଆସିବାକୁ ଥିବା ବଡ ପ୍ରଳୟ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶତାବ୍ଦୀର ଶେଷ ଭାଗରେ ପୃଥିବୀରେ ଭୟଙ୍କର ପ୍ରଳୟ ଆସିବ । ଏହି ସର୍ଭେରେ ସେ କହିଛନ୍ତି ଯେ ପୃଥିବୀ ପ୍ରଳୟ ଆଡକୁ ଗତି କରୁଛି । ୨୧୦୦ ସୁଦ୍ଧା, ପୃଥିବୀରେ ଭୟଙ୍କର ପ୍ରଳୟ ଆସିବାକୁ ଯାଉଛି ଯାହାର ଖରାପ ପ୍ରଭାବ ସାରା ଜୀବ ଜଗତ ଉପରେ ପଡିବ । ଯାହାର ବଡ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ପୃଥିବୀର ୨୩୩ ବୈଜ୍ଞାନିକମାନେ ମିଶି ଆଇପିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନଙ୍କ ମଧ୍ୟରେ କଲମ୍ବିଆରେ ଅବସ୍ଥିତ ଏଣ୍ଟିକୋୟା ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ପାଓଲା ଆରିୟସ୍ ମଧ୍ୟ ଥିଲେ । ସେ କହିଛନ୍ତି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏମିତି ମାତ୍ରାରେ ହେଉଛି ଯାହାକି ପ୍ରଳୟର ଆଭାସ ଦେଉଛି । ଦନିକୁ ଦିନ ଜଳବାୟୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଯାହାପାଇଁ ବିଶ୍ୱ ତାପମାତ୍ରା ମଧ୍ୟ ବଢୁଛି । ପାଓଲା ଆରିୟାସ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଥିବାରୁ ସମୁଦ୍ର ପତ୍ତନ ମଧ୍ୟ ବୃଦ୍ଧି ପାଉଛି । ପୁଣି ଗ୍ଲୋବାଲ ୱାର୍ମିଂ ବିଷୟରେ ବିଶ୍ୱର କୌଣସି ନେତାମାନେ ମଧ୍ୟ କିଛି ଭାବୁନାହାନ୍ତି । ପାଣିପାଗ ଓ ପରିବେଶ ସୁରକ୍ଷା ପାଇଁ ସେମାନେ ଧୀରେ ଧୀରେ କାମ କରୁଛନ୍ତି । ପୁଣି ଏପରି କରିବା ଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗକୁ ରୋକା ଯାଇପାରିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ପରିବେଶ ଓ ଜଳବାୟୁକୁ ନେଇ ଯେଉଁ ରିପୋର୍ଟ ଆସିଛି, ବର୍ତ୍ତମାନ ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷଙ୍କ ପାଖରେ ବହୁତ କମ୍ ସମୟ ଅଛି । ୟୁନିଭର୍ସିଟି ଅଫ୍ ଏଣ୍ଟିକୋୟାର ବୈଜ୍ଞାନିକଙ୍କ ଏହି ରିପୋର୍ଟକୁ ନେଇ ଅନେକ ବୈଜ୍ଞାନିକ ଏକମତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ହୋଇଥିବା ସର୍ବେକ୍ଷଣରେ ପ୍ରାୟ ୧୩୩ ଜଣ ବୈଜ୍ଞାନିକ ସାମିଲ ଥିଲେ ଓ ସେଥି ମଧ୍ୟରୁ ୯୨ଜଣ ବୈଜ୍ଞାନିକ କହିଛନ୍ତି ୨୧୦୦ ସୁଦ୍ଧା ପୃଥିବୀରେ ଅଧିକ ବର୍ଷା, ସୁନାମି, ମରୁଡି, ବାତ୍ୟା ଭଳି ଅନେକ ଗୁଡିଏ ପ୍ରାକୃତିତ ବିପର୍ଯ୍ୟୟ ଘଟିବ, ଯେଉଁଥିପାଇଁ ଅନେକ ଦେଶ ସଂପୂର୍ଣ୍ଣ ଧ୍ୱଂସ ହୋଇଯିବେ । ପୁଣି ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ହିଁ ଦୁନିଆରେ ହେବାକୁ ଯାଉଛି ବଡ ପ୍ରଳୟ । ତେବେ ବୈଜ୍ଞାନିକମାନେ ଆଉ ଏକ କଥା ମଧ୍ୟ କହିଛନ୍ତି ଯେ ଯଦି ପୃଥିବୀରେ ପ୍ରଳୟ ଆସିବ ତେବେ ଆଗକୁ ପିଲା ଜନ୍ମ କରିବା ମଧ୍ୟ ଉଚିତ ହେବ ନାହିଁ କାରଣ ବର୍ତ୍ତମାନର ଜଳବାୟୁ ସେମାନଙ୍କ ଭବିଷ୍ୟତକୁ ହୁଏତ ଖରାପ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking