29.1 C
Bhubaneswar
Saturday, April 27, 2024
Homeଓଡିଶାନାଗାର୍ଜୁନ ବେଶ ପ୍ରସ୍ତୁତି

ନାଗାର୍ଜୁନ ବେଶ ପ୍ରସ୍ତୁତି

ପୁରୀ: ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନାଗାର୍ଜୁନ ବେଶ ତଦାରଖ କରିବେ ବେଶ ପାଇଁ ସଂପୃକ୍ତ ସେବାୟତ । ନଭେମ୍ବର ୨୭ରେ ଦ୍ୱାର ଫିଟା ନୀତି ପରେ ବେଶ ଶ୍ରୀ ମନ୍ଦିରକୁ ବିଜେ କରିବେ । ବେଶ ଗରୁଡ ସ୍ତମ୍ଭ ପା୍େର ରହିବ, ଅବକାଶ ନୀତି ପରେ ନାଗାର୍ଜୁନ ବେଶେ ଶୃଙ୍ଗାର ଅନୁଷ୍ଠିତ ହେବ । ପ୍ରଥମ ବୋଗ ମଣ୍ଡପ ପରେ ନାଗାର୍ଜୁନ ବେଶ ଓଲାଗି ହେବ । ଓଲାଗି ବେଶ କେଉଁ ସେବାୟତକୁ ପ୍ରାପ୍ୟ ହେବ ସେ ନେଇ ନିଷ୍ପତ୍ତି ହୋଇନଥିବା ସୂଚନା ମିଳିଛି ।
ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୁଏ । ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ । ପୂର୍ବଥର ଏହି ବେଶ ୧୬ ନଭେମ୍ବର ୧୯୯୪ ମସିହାରେ ଓ ତା ପୂର୍ବରୁ ୨୬ ନଭେମ୍ବର ୧୯୯୩, ୩ ନଭେମ୍ବର ୧୯୬୮, ୧୬ ନଭେମ୍ବର ୧୯୬୭ ଓ ୨୬ ନଭେମ୍ବର ୧୯୬୬ରେ କରାଯାଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ଏକ ପ୍ରତିଛବି ବୋଲି ଜଣାଯାଏ । ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜେଇ ଦିଆଯାଏ ।ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ଅନୁମାନ କରାଯାଉଛି । ବିଶେଷ ଉଲ୍ଲେଖଯୋଗ୍ୟ ଯେ ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢି ଯୁକ୍ତ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking