26.1 C
Bhubaneswar
Friday, March 29, 2024
Homeଓଡିଶାବିବାଦ ଘେରରେ ଚଉମୁହାଣି ଫେରିଘାଟ

ବିବାଦ ଘେରରେ ଚଉମୁହାଣି ଫେରିଘାଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରଙ୍କଦ୍ଧା ପଞ୍ଚାୟତ ର ଚଉମୁହାଣୀ ଫେରି ଘାଟକୁ ନେଇ ବିବାଦ । ସୂଚନାରୁ ଜଣାପଡେ ବରଙ୍କଦ୍ଧା ପଞ୍ଚାୟତ ମାଧ୍ୟମରେ ରଞ୍ଜନ ତରାଇ ଫେରିଘାଟ ଚଲାଉଥିଲେ । ଅବଧି ପୁରିଗଲା ପରେ ଜଗତସିଂହପୁର ଗ୍ରାମର ନୀଶାକାର ତରାଇ ଜବରଦସ୍ତ ଏକ ଡଙ୍ଗା ଆଣି ଚଲାଇଥିଲା । ବରଙ୍କଦ୍ଧା, ସାଠୀଏବାଟି,ଗୋଖାଖଟି, ଛେଡାକଣି,ଗୁହାଳକଣି ମଙ୍ଗଳପୁର, ମହାକାଳପଡ଼ା ଅଞ୍ଚଳରବାସି ପାରାଦୀପ ସିଳ୍ପ ଅଞ୍ଚଳ ହୋଇଥିବାରୁ ପ୍ରାୟ ଲୋକମାନେ ପାରାଦୀପ ଉପରେ ନିର୍ଭର କରିଥାନ୍ତି । କିଛି ଖଳପକୃତିର ଲୋକମାନେ ନିଜର ଫାଇଦା ପାଇଁ ଜଗତସିଂହପୁର ଅଞ୍ଚଳର ଲୋକଙ୍କୁ ଫେରିଘାଟ ଚଲାଇବାକୁ ସହଯୋଗ କରିଥିଲେ । କିଛିଦିନ ଚାଲିଲା ପରେ ନିରାକାର ଲୋକଙ୍କ ପାଖରୁ ଭଡା ଦୁଇଗୁଣ ରଖିବା ସହ ଘାଟ ପାର ହେଉଥିବା ଲୋକମାନଙ୍କୁ ଖରାପ ବ୍ୟବହାର ସହ ଅଧିକ ରୁ ଅଧିକ ଟଙ୍କା ଆଦାୟ ଆରମ୍ଭ କରିଥିଲେ । ଯଦି କୌଣସି ବ୍ୟକ୍ତି ପ୍ରତିବାଦ କରୁଥିଲେ ତାକୁ ଡଙ୍ଗାରୁ ଓଲ୍ଲାଇ ଦେଉଥିଲେ ଓ ଲୋକମାନଙ୍କୁ ଖରାପ ବ୍ୟବହାର କରୁଥିଲେ । ମନ ଇଛା ଡଙ୍ଗା ଚଲାଥିଲେ । ଏଥିରେ ଜାତାୟତ କରୁଥିବା ଲୋକମାନେ ହଇରାଣ ହରକତ ହେବାରୁ ସ୍ଥାନୀୟ ବାସିନ୍ଦା ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ନିରାକାର ଜଗତସିଂହପୁର ଅଞ୍ଚଳର ଲୋକ ହୋଇଥିବାରୁ କାହାରି କଥା ମାନିନଥିଲେ । ବାଧ୍ୟ ହୋଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ମିଳିତ ସହଯୋଗରେ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତଙ୍କୁ ଲିଖିତ ଅଭିଯୋଗ ଦେବା ସହ ତୁରନ୍ତ ସମାଧାନ କରିବାକୁ ଦାବି ରଖିବା ସହ ଫେରିଘାଟ ବନ୍ଦ କରିବାକୁ କହିଥିଲେ । ମହାକାଳପଡ଼ା ବିଡିଓ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking