32.1 C
Bhubaneswar
Friday, April 26, 2024
Homeଓଡିଶାଯୋଜନାବଦ୍ଧ ହତ୍ୟାକାଣ୍ଡ

ଯୋଜନାବଦ୍ଧ ହତ୍ୟାକାଣ୍ଡ

ଭୁବନେଶ୍ୱର: ମହାଲିଙ୍ଗ ମଷ୍ଟ୍ରି ନେଇ ଖୁଲାସା କରିଛନ୍ତି ଡିଆଇଜି ଦୀପକ କୁମାର । ମମିତାଙ୍କୁ କାର୍ ଭିତରେ ହିଁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ କାର୍ ଭିତରେ ହତ୍ୟା କରିଥିଲା । ୮ ତାରିଖରେ ଭବାନୀପାଟଣାରୁ କେ. ଗାଁ ଫେରିବା ବେଳେ ମାରିଥିଲା । ତଣ୍ଟିଚିପି ମାରିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି । ଗୋବିନ୍ଦର ପରକୀୟା ପ୍ରଘଟ କରିବା ଆଶଙ୍କାରେ ହତ୍ୟାକାଣ୍ଡ ଘଟିଛି  । ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ । ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା ଯୋଜନା କରିଥିଲା ଗୋବିନ୍ଦ । ହତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ପୋଡି ଦେଇଥିଲା । କାର୍ଡବୋର୍ଡ, ଟାୟାର ଆଦି ପକାଇ ମୃତଦେହକୁ ଜାଳି ଦେଇଥିଲା । ଘଟଣା ପରଦିନ ସକାଳେ ଉକ୍ତ ଗାତଟିକୁ ପୋଡି ଦେଇଥିଲା ଗୋବିନ୍ଦ । ଘଟଣାରେ ଆଉ କାହାରି ସଂପୃକ୍ତି ଅଛି କି ନାହିଁ, ତଦନ୍ତ କରାଯାଉଛି । ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking