34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୭୦ ବର୍ଷ ଧରି ଏହି ସ୍ଥାନରେ ହୋଇନି କାହାର ମୃତ୍ୟୁ

୭୦ ବର୍ଷ ଧରି ଏହି ସ୍ଥାନରେ ହୋଇନି କାହାର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆରେ ଅନେକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଏମିତି ଏକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏଭଳି ସ୍ଥାନ ଯେଉଁଠି ୭୦ ବର୍ଷ ଧରି କାହାର ମୃତ୍ୟୁ ହୋଇନାହିଁ । ଏହାଶୁଣି ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଟୟ, ହେଲେ ଏହା ସଂପୂର୍ଣ୍ଣ ସତ୍ୟ । ଏବେ ଆପଣ ଭାବୁଥିବେ ଯେ, ସେଠାରେ କେହି ରହୁନଥିବେ । ହେଲେ ସେଠାରେ ଲୋକେ ରୁହନ୍ତି । ହେଲେ ଏହି ଅଜବ ଜାଗାରେ ୭୦ ବର୍ଷ ଧରି କାହାର ମୃତ୍ୟୁ ହୋଇନାହିଁ ।
ନରୱେରେ ଅନେକ ସୁନ୍ଦର ସ୍ଥାନ ରହିଛି, ଯେଉଁଥିପାଇଁ ତାହା ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟକସ୍ଥଳ ମଧ୍ୟରେ ସାମିଲ ରହିଛି । ନରୱେରେ ଏହି ଜାଗାର ନାମ ହେଉଛି ଲଙ୍ଗଇଅରବେନ । ଏହି ସ୍ଥାନରେ କେବି ବି ମରିପାରିବେନି । ତେବେ ଏହାର କାରଣ ଜାଣି ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ, ବାସ୍ତବରେ ଏମିତି କଣ ପାଇଁ । ନରୱେକୁ ମିଡନାଇଟ ସନ ନାମରେ ବି ଜଣାଯାଏ । ଏହି ଦେଶରେ ମେ ମାସରୁ ଆରମ୍ଭ କରି ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ସେଠାରେ ଲଗାତର ୭୬ ଦିନ ପର୍ଯ୍ୟନ୍ତ ଦିନ ଥାଏ ଓ ରାତି ହୋଇନଥାଏ । ସେଠିକାର ସ୍ୱାଲବାର୍ଡରେ ବି ସୂର୍ଯ୍ୟ ୧୦ ଏପ୍ରିଲରୁ ୨୩ ଅଗଷ୍ଟ ଯାଏଁ ଅସ୍ତ ହୁଏ ନାହିଁ । ଲଙ୍ଗ ଇଅରବେନରେ ସେଠିକାର ପ୍ରଶାସନ ଏକ ଆଇନ ବନାଇଛନ୍ତି । ଯେଉଁଥିପାଇଁ ସେଠିକାର ଲୋକେ ମରିପାରିବେ ନାହିଁ । ସେଠି ମଣିଷଙ୍କ ମୃତ୍ୟୁ ଉପରେ ବ୍ୟାନ ଲଗାଯାଇଛି ।
ନରୱେର ଉତର ଧ୍ରୁବରେ ଥିବା ଲଙ୍ଗ ଇଅରବେନରେ ବର୍ଷସାରା ଭୀଷଣ ଥଣ୍ଡା ଅନୁଭୂତ ହୁଏ । ଯେଉଁଥିପାଇଁ ସେଠାରେ ଶବ ନଷ୍ଟ ହୋଇପାରେନାହିଁ । ଏହି କାରଣ ପାଇଁ ସେଠାରେ ପ୍ରଶାସନ ମଣିଷଙ୍କ ମୃତ୍ୟୁ ଉପରେ ବ୍ୟାନ ଲଗାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଯେ, ଏହି ସହରରେ ୭୦ ବର୍ଷ ଧରି କାହାର ମୃତ୍ୟୁ ହୋଇନାହିଁ ।
ଏମିତି ଏକ ସହରରେ ଇସାଇ ଧର୍ମର ଅଧିକ ଲୋକେ ବାସ କରିଥାନ୍ତି । ୧୯୧୭ରେ ସେଠାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା । ଯିଏ ଇନଫ୍ଲ୍ୟୁଏନଜାରେ ପୀଡିତ ଥିଲା । ସେହି ବ୍ୟକ୍ତିର ଶବକୁ ଲଙ୍ଗ ଇଅରବେନରେ କବର ଦିଆଯାଇଥିଲା । ହେଲେ ଏବେ ବି ସେହି ଶବରେ ଇନଫ୍ଲୁଏନଜା ଭାଇରସ ରହିଛି । ଏଥିପାଇଁ ସେଠାରେ ପ୍ରଶାସନ କାହାର ମୃତ୍ୟୁ ଉପରେ ରୋକ ଲଗାଇଛନ୍ତି । ଯାହାଦ୍ୱାରା ସହରକୁ କୌଣସି ବି ମହାମାରୀରୁ ରକ୍ଷା କରାଯାଇପାରିବ । ଏହି ସହରର ଜନସଂଖ୍ୟା ହେଉଛି ପ୍ରାୟ ଦୁଇ ହଜାର । ଯଦି ସେଠାରେ କୌଣସି ବ୍ୟକ୍ତି ରୋଗରେ ପଡେ, ତେବେ ତାକୁ ଯଥାଶୀଘ୍ର ପ୍ଲେନ ଦ୍ୱାରା ଅନ୍ୟସ୍ଥାନକୁ ପହଂଚାଇ ଦିଆଯାଏ । ପରେ ସେହି ସ୍ଥାନରେ ମୃତ୍ୟୁ ପରେ ସେହି ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking