ଆର୍ୟାନଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆର୍ୟାନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଛି । କୋର୍ଟ ଡ୍ରଗ୍ସ କେସରେ ନିଜ ନିଷ୍ପତ୍ତି ଶୁଣାଇ ଶାହାରୁଖ ଖାନଙ୍କ ପୁଅ ଆର‌୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଡ୍ରଗ୍ସ ମାମଲାରେ ଫସିଥିବା ଆର‌୍ୟନ ଖାନଙ୍କ ଜାମିନ ଶୁଣାଣି ଗତ କିଛି ଦିନ ଧରି ଆଗାମୀ ତାରିଖକୁ ଘୁଂଚୁଥିଲା । ୧୪ ଅକ୍ଟୋବରରେ ସେଶଂସ କୋର୍ଟରେ ଜଜ ଓକିଲଙ୍କ ଦଲିଲ ଶୁଣିବା ପରେ ନିଷ୍ପତି ସୁରକ୍ଷିତ ରଖିଥିଲେ । ଆର୍ୟାନ ବର୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି । ୧୪ ଅକ୍ଟୋବରର ଶୁଣାଣି ପରେ ନ୍ୟାୟାଧୀଶ ବିବି ପାଟିଲ ଜାମିନ ଆବେଦନ ଉପରେ ନିଜ ଫଇସଲା ସୁରକ୍ଷିତ ରଖିଥିଲେ । ଆର୍ୟାନ ଖାନଙ୍କୁ ଏନସିବି ୨ ଅକ୍ଟୋବରରେ ଗିରଫ କରିଥିଲା । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ହେବାକୁ ଥିବା ଡ୍ରଗ୍ସ ପାର୍ଟିରେ ଆର‌୍ୟନ ଖାନ ସାମିଲ ହେବାର ଥିଲା । ଏହାପୂର୍ବରୁ କ୍ରୁଜ ସିପରେ ଏନସିବି ଆର୍ୟାନ ଖାନ, ଅରବାଜ ମର୍ଚାଣ୍ଟ, ମୁନମୁନ ଧମେଚା ସମେତ ୮ ଜଣଙ୍କୁ ଗିରଫ କରିଥିଲା । ତେବେ ଆର୍ୟାନ ଙ୍କ ନିକଟକୁ କୌଣସି ଡ୍ରଗ୍ସ ମିଳିନଥିଲା । ବିଜେପି ସହ ଜଡିତ ନେତା ଏନସିବିକୁ କ୍ରୁଜରେ ହେବାକୁ ଥିବା ଡ୍ରଗ୍ସ ପାର୍ଟି ନେଇ ସୂଚନା ଦେଇଥିଲେ । ଯାହା ପରେ ଏନସିବି ଆକ୍ସନ ନେଇଥିଲା ।

LEAVE A REPLY

Please enter your comment!
Please enter your name here