29.1 C
Bhubaneswar
Wednesday, May 8, 2024
Homeଓଡିଶାକାନ୍ଦିଲେ ପ୍ରସାଦ, କହିଲେ ୨୪ରେ ଲଢିବେନି

କାନ୍ଦିଲେ ପ୍ରସାଦ, କହିଲେ ୨୪ରେ ଲଢିବେନି

ଭୁବନେଶ୍ୱର: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗରେ ପ୍ରେସମିଟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଦଳ ପକ୍ଷରୁ ଟିକେଟ ଦିଆଯିବା ନେଇ ପିସିସି ସଭାପତି ପ୍ରାଧିକୃତ । ପିସିସି ସଭାପତିଙ୍କ ସ୍ୱାକ୍ଷରରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥାଏ । ଏନେଇ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ବା ପିସିସି ସଭାପତି କହିବେ ଭାବିଥିଲି । ଜମେ କର୍ମୀଙ୍କୁ ଟିକେଟ ଦେଇ ପଠାଇଲେ । ମୁଁ ଦାୟିତ୍ୱ ବୁଝୁନଥିବାରୁ ମନାକଲି । କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି । ମୋର ଖଣି କି ଟଙ୍କା ନାହିଁ । ନେତା ଏକଜୁଟ ହୋଇ ଲଢିବା କଥା । କିନ୍ତୁ ଏହା ନକରି ପଥରୋଧ କରାଯାଉଛି । ମୁଁ ରାଜନୀତିରୁ ଦୂରେଇ ନାହିଁ । କଂଗ୍ରେସ ଅସ୍ତ୍ର ଛାଡି ନାହିଁ ବୋଲି ପ୍ରସାଦ କହିଛନ୍ତି । ମୁଁ ରାଜନୀତିରେ ଥିଲି, ଅଛି ଏବଂ ରହିବି । ବିଜେଡି ନେତାଙ୍କ ସହ ସଂପର୍କ ଅଛି ବୋଲି ପ୍ରମାଣ ଦେବାକୁ ଚାଲେଂଜ କରୁଛି । ଯେଉଁମାନେ ବେପାରରେ ଅଛନ୍ତି, ସେମାନେ ଡିଲ କରିବେ । ଡିଲ ମୁଁ କରିନି, ଯେଉଁମାନେ ଡିଲ କରିଛନ୍ତି ପ୍ରମାଣ ଅଛି । ଠିକ ସମୟରେ ଖୋଲିବି । ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାସହିତ ପ୍ରେସମିଟରେ ଭାବବିହ୍ୱଳ ହୋଇ ପ୍ରସାଦ ହରିଚନ୍ଦନ କାନ୍ଦିପକାଇଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking