30.1 C
Bhubaneswar
Monday, May 20, 2024
Homeଓଡିଶାରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଛି

ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଛି

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । କିଛି ଦିନ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ରାଜ୍ୟର କରୋନା ସଂକ୍ରମଣ ପିକ ଛୁଇଁ ସାରିଛି । ଦୈନିକ ଟିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ରାଜ୍ୟରେ ଆକ୍ଟିଭ କେସ ମଧ୍ୟ ତଳମୁହାଁ ରହିଛି । କିନ୍ତୁ ଏବେବି ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୩୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୩୦୦ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୯୬ ଜଣ, ବଲାଙ୍ଗୀରରୁ ୧୮୪ ଜଣ, ବୌଦ୍ଧ ଜିଲ୍ଲାରୁ ୭୮, କଟକରୁ ୪୦୨ ଜଣ, ଦେବଗଡ଼ରୁ ୮୯ ଜଣ, ଢେଙ୍କାନାଳରୁ ୭୩ ଜଣ, ଗଜପତିରୁ ୬୯, ଗଞ୍ଜାମରୁ ୯୫ ଜଣ, ଜଗତସିଂହପୁରରୁ ୮୨ ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୬୩ ଜଣ, କଳାହାଣ୍ଡିରୁ ୧୬୮ ଜଣ, କନ୍ଧମାଳରୁ ୮୬ ଜଣ, କେନ୍ଦ୍ରାପଡ଼ାରୁ ୧୪୪ ଜଣ, କେଉଁଝରରୁ ୧୨୮ ଜଣ, ଖୋର୍ଦ୍ଧାରୁ ୧୪୩୦ ଜଣ, କୋରାପୁଟରୁ ୬୪ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରରୁ ୧୧୩, ନୟାଗଡ଼ରୁ ୧୮୦ ଜଣ, ନୂଆପଡ଼ାରୁ ୧୮୯ ଜଣ, ପୁରୀରୁ ୧୧୭ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୩୮ ଜଣ, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୫୪୫ ଜଣ ଓ ଷ୍ଟେଟ ପୁଲରୁ ୨୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨୩୧୧୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୫୨୨୩୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦,୩୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking