32.1 C
Bhubaneswar
Friday, April 26, 2024
Homeକରୋନାକୋଭାକ୍ସିନ୍‌କୁ ନେଇ ବ୍ରାଜିଲରେ ରାଜନୈତିକ ଝଡ଼

କୋଭାକ୍ସିନ୍‌କୁ ନେଇ ବ୍ରାଜିଲରେ ରାଜନୈତିକ ଝଡ଼

ହାଇଦ୍ରାବାଦ : ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଟିକା କିଣାକୁ ନେଇ ବର୍ତ୍ତମାନ ବ୍ରାଜିଲରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଏହି ଦୁର୍ନୀତି ଲୋକଲୋଚନକୁ ଆସିବାପରେ ବ୍ରାଜିଲ ରାଷ୍ଟ୍ରପତି ଜେୟାର ବୋଲ୍‌ସୋନାରୋ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିବାବେଳେ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଶେଷ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । ୨ କୋଟି କୋଭାକ୍ସିନ ଡୋଜ୍ କିଣିବାକୁ ବ୍ରାଜିଲ ସରକାର ପୂର୍ବରୁ ଯେଉଁ ଅର୍ଡର ଦେଇଥିଲେ, ତାହାକୁ ବାତିଲ କରାଯାଇଛି । ଏ ପ୍ରସଙ୍ଗରେ ଭାରତ ବାୟୋଟେକ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଟିକା ବିକ୍ରି ପ୍ରସଙ୍ଗରେ ବ୍ରାଜିଲ ସରକାର କୌଣସି ଅଗ୍ରିମ ପୈଠ କରିନାହାନ୍ତି । ଏହି କାରଣରୁ ବ୍ରାଜିଲକୁ କୋଭାକ୍ସିନ୍‌ର ସିଙ୍ଗଲ ଡୋଜ୍ ମଧ୍ୟ ଯୋଗାଣ ହୋଇପାରି ନାହିଁ ।

ବିଦେଶୀ ରାଷ୍ଟ୍ରକୁ ଡୋଜ୍ ପିଛା ୧୫ରୁ ୨୦ ଡଲାର ମଧ୍ୟରେ ବିକ୍ରି କରିବାକୁ କମ୍ପାନୀ ଘୋଷଣା କରିଥିବାବେଳେ ବ୍ରାଜିଲକୁ ଡୋଜ୍ ପିଛା ୧୫ ଡଲାରରେ ଟିକା ବିକ୍ରି କରିବାକୁ କମ୍ପାନୀ ଚୁକ୍ତି ସ୍ୱାକ୍ଷର କରିଥିଲା । ଏ ବାବଦରେ ବ୍ରାଜିଲ ସରକାର ଭାରତ ବାୟୋଟେକ୍‌କୁ ପ୍ରାୟ ୨୪୦୦ କୋଟି ଟଙ୍କା ପ୍ରଦାନ କରିଥାନ୍ତେ । ତେବେ କୋଭାକ୍ସିନ୍ ଟିକା କିଣାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀ ଲୁଇ ରିକାର୍ଡୋ ମିରାଣ୍ଡା ଗୁରୁତର ଅଭିଯୋଗ ଆଣିଛନ୍ତି । ଭାରତ ବାୟୋଟେକ୍ ତୁଳନାରେ ଆମେରିକୀୟ କମ୍ପାନୀ ଫାଇଜର ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ବ୍ରାଜିଲକୁ ଟିକା ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିବାବେଳେ ରାଷ୍ଟ୍ରପତି କାହିଁକି କୋଭାକ୍ସିନ୍‌କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ବୋଲି ମିରାଣ୍ଡା ପ୍ରଶ୍ନ ଉଠାଇଛନ୍ତି ।

ଟିକା ଆମଦାନୀ ପ୍ରସଙ୍ଗରେ ମିରାଣ୍ଡାଙ୍କ ନିଷ୍ପତ୍ତି ଚୂଡାନ୍ତ ହୋଇଥିବାବେଳେ କୋଭାକ୍ସିନ୍‌କୁ ମଞ୍ଜୁରୀ ଦେବାକୁ ବୋଲ୍‌ସୋନାରୋ କୁଆଡେ ତାଙ୍କ ଉପରେ ଚାପ ପକାଉଥିଲେ ବୋଲି ମିରାଣ୍ଡା ସିନେଟରେ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ବୋଲସୋନାରୋ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଭାରତ ବାୟୋଟେକ୍‌କୁ କୌଣସି ଅଗ୍ରିମ ଦିଆଯାଇନାହିଁ କିମ୍ବା କୋଭାକ୍ସିନ୍ ଟିକାର ସିଙ୍ଗଲ ଡୋଜ୍ ମଧ୍ୟ ଆମଦାନୀ ହୋଇନଥିବାରୁ ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ ବୋଲି ସେ ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking