31.1 C
Bhubaneswar
Monday, May 6, 2024
Homeଓଡିଶାରଥଖଳା ଚଳଚଞ୍ଜଳ : ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରଥଖଳା ଚଳଚଞ୍ଜଳ : ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ରଥଖଳାରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ୩ ରଥର ନିର୍ମାଣ କାର୍ଯ୍ୟ । ବୁଧବାର ରଥଖଳାରେ ମୋଟ ୧୯୭ ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୮ ମହାରଣା, ୭୬ ଭୋଇ ସେବକ, ୫ କରତି ସେବକ, ଜଣେ ପାହି ମହାରଣା, ୧୬ ଓଝା ବା କମାର ସେବକ, ଜଣେ ତୁମ୍ବ ବିନ୍ଧ କାରିଗର, ୧୯ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ଇତିମଧ୍ୟରେ ୩ ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ ରଥର ଚାରପରିଛାକୁ ମୁଣ୍ଡାଇ ରଖିବା ପାଇଁ ୫ ଲେଖାଏଁ ଗୁଣ୍ଠି ନିର୍ମାଣ ହୋଇ ଚାରପରିଚ୍ଛା ତଳେ ରଥ ସମ୍ମୁଖ ସାଲଗୁଜଗୁଡ଼ିକରେ ଖଞ୍ଜାଯାଇଛି ।

୩ ରଥର ଘୋଡ଼ା ଲଗାଯିବା ପାଇଁ ୨ଟି ଲେଖାଏଁ ଈଶ ନିର୍ମାଣ ଶେଷହୋଇ ବିନ୍ଧ କାର୍ଯ୍ୟ ଚାଲିଛି । ଏହାଛଡ଼ା ୪ଟି ଲେଖାଏଁ ପାଦି ନିର୍ମାଣ ଶେଷ ହୋଇଛି । ଏହା ରଥର ସମ୍ମୁଖ ଓ ପଛଭାଗର କତରା ୨ପାଶ୍ୱର୍ରେ ଲଗାଯିବ । ସେବକମାନେ ସେବା ପାଇଁ ରଥକୁ ଉଠିବାବେଳେ ପାଦିରେ ପାଦ ରଖି ଉଠିଥାନ୍ତି । ୩ ରଥର ସିଂହାସନ ବେଦୀ ନିର୍ମାଣ ପାଇଁ ୫ ଜଗତପୃଷ୍ଠ ସେଣି ରଥରେ ଲଗାଯାଇଥିଲା। ବୁଧବାର ଜଗତପୃଷ୍ଠ ସେଣିର ଉଭୟ ପାଶ୍ୱର୍ରେ ୩ ଲେଖାଏଁ ବାହୁଟ ଫାଳିଆ ଲଗାଯାଇ ବେଦୀପଟା ପଡ଼ିଛି ।

ଦୋଳବେଦୀର ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ୩ ରଥର ୧୦ଟି ଲେଖାଏଁ ଗୁଣ୍ଠି କଣ୍ଟା, ବେଦୀ ସିଂହାସନ ପାଇଁ ୧୨ ବାହୁଟ ଫାଳିଆ କଣ୍ଟା ଯୋଗାଇଦେବା ସହ କନକମୁଣ୍ଡି କଣ୍ଟା ଓ ସିଂହାସନ ରାୟ କଣ୍ଟା ତିଆରିରେ ଲାଗିଛନ୍ତି । ୩ ରଥର ଚିତ୍ରକର ସେବକମାନେ ଦୁଆରବେଢ଼ାକୁ ଚିତ୍ରିତ କରିବା ସହ ରଥଗୁଡ଼ିକର ପାଶ୍ୱର୍ ଦେବଦେବୀ, ନାଟଗୋଡ଼ ଏବଂ ଓଲଟ ଶୁଆ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦରଜି ସେବକମାନେ ରଥ ପାଇଁ କନା କାଟିବା ସଙ୍ଗେ ସଙ୍ଗେ ସେଥିରେ ଜରିଯୁକ୍ତ ଲେସ୍ ଲଗାଇବା କାର୍ଯ୍ୟ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking