32.1 C
Bhubaneswar
Thursday, May 9, 2024
Homeଓଡିଶାପରକୀୟା ପ୍ରୀତିର କରୁଣ ପରିଣତି !

ପରକୀୟା ପ୍ରୀତିର କରୁଣ ପରିଣତି !

କଟକ : କଟକ ଜିଲ୍ଲା  ଟାଙ୍ଗୀ ଥାନା ଅନ୍ତର୍ଗତ  ଜରିପଡ଼ ପଞ୍ଚାୟତ  ସାମନ୍ତରାପୁର  ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଗୌତମ ସ୍ୱାଇଁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଜଣେ ଟାଙ୍ଗିଆରେ ହାଣି ବିଲ ମଝିରେ ପକାଇ ଦେଇଥିବା ଟାଙ୍ଗୀ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ୍‌, ଏସଡିପିଓ ସତ୍ୟବ୍ରତ ଲେଙ୍କା  ଓ ପୋଲିସ ଟିମ ପହିଁଚି  ତଦ” ଆରମ୍ଭ ଚଳାଇଥିବା  ସମୟରେ ଉମେଶଙ୍କ ବଡ ଭାଇ  ରସାନନ୍ଦ ସ୍ୱାଇଁ ଘରେ କବାଟ କିଳି ଶୋଇଥିବାରୁ  ପୁଲିସ ର ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ପୁଲିସ ରାତି ଅଧ୍ୟରେ ରସାନନ୍ଦଙ୍କ କବାଟ ବଡେଇବାରୁ  ତାଙ୍କ ପୁଅ ବିଷ୍ଣୁ ସ୍ୱାଇଁ ବୋହୁ ବନିତା ସ୍ୱାଇଁ କବାଟ ଖୋଲି ପୁଲିସକୁ ଦେଖି ଭୟଭୀତ ହେବା ସହ  ମୋ ସ୍ୱାମୀ ମୋ ଇଜ୍ଜତ ବଞ୍ଚେଇବାକୁ  ଏ ହତ୍ୟା କରିଛନ୍ତି ବୋଲି ପ୍ରକାଶ କରିଥିଲେ ।

ପୁଲିସ  ଦୁଇ ଜଣକୁ ତୁରନ୍ତ ଥାନାକୁ  ନେଇ ପଚରାଉଚରା କରିବାରୁ  କି ଗୌତମ ଦେଢୁସର ହୋଇ ଖରାପ ମେସେଜ୍‌,ଅଶ୍ଳଳ ଭାଷା ଓ ଖରପା ସମ୍ପର୍କ ରଖିବାକୁ ବାରମ୍ବର ବଧ୍ୟ କରୁଥିବା ବନିତା ପୋଲିସ କୁ କହିଥିବା ବେଳେ ମଙ୍ଗଳବାର ରାତିରେ  ବନିତା ବାଡ଼ିକୁ ଯାଇଥିବା ସମୟରେ ଗୌତମ ଟଣରାଓଟରା  କରିବାରୁ  ତାଙ୍କ ସ୍ୱାମୀ ରାଗିଯାଇ ଗୌତମକୁ  ଗୋଡ଼ାଇ  ଗୋଡ଼ାଇ ଟାଙ୍ଗିଆରେ ହାଣିଥିବା ପୁଲିସ ଆଗରେ  ପ୍ରକାଶ କରିଛି ବନିତା । ପୁଲିସ  ବନିତାଙ୍କ ମୋବାଇଲ  ଜବତ କରିବା ସହ ତଦନ୍ତ ଜାରି ରଖିଥିବା ବେଳେ ବନିତା ଓ ଗୌତମଙ୍କ ଭିତରେ କିଛି ଅନୈତିକ  ସମ୍ପର୍କଥିବା ପୁଲିସ ପ୍ରକାଶ କରିଛି । ତେବେ ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି  ମୃତଦେହକୁ ଯାଞ୍ଚକରିବା ସହ ଗୌତମର ଦେହ ଓ ମୁଣ୍ଡରେ ପାଞ୍ଚଟି  କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି । ପୁଲିସ  ବ୍ୟବହୃତ ଟାଙ୍ଗିଆକୁ  ଜବତ କରିବା ସହ  ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ  ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking