40.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷିବ, ଉପକୂଳକୁ ବଜ୍ରପାତ ଭୟ

ଆଜି ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷିବ, ଉପକୂଳକୁ ବଜ୍ରପାତ ଭୟ

ଭୁବନେଶ୍ୱର : ଜୁନ ମାସ ମଧ୍ୟରେ ଓଡ଼ିଶାରେ ୧୮୧.୩ ମିମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୧୭.୭ ମିମି ଠାରୁ ୧୭ ପ୍ରତିଶତ କମ୍ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୧୪ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ହେଇଛି । ଯାହା ସ୍ୱାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ୍ ରହିଛି । ୪ ଜିଲ୍ଲା ପୁରୀ, କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଠାରେ ସ୍ୱାଭାବିକଠାରୁ ୨୦ ରୁ ୫୯% ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୫.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୪.୩ ମିମି ବର୍ଷା ରେକର୍ଡ ହୋଇଛି । ତେବେ ଭଦ୍ରକ ଜିଲ୍ଲାରେ ୫୨% ଓ ଗଞ୍ଜାମ ଜିଲ୍ଲାରେ ୫୧% କମ୍ ବର୍ଷା ରେକର୍ଡ ହୋଇଛି ।

ପୁରୀ ଜିଲ୍ଲାରେ ୪୬% ଏବଂ କୋରାପୁଟ ଜିଲ୍ଲାରେ ୩୫% ଅଧିକ ବର୍ଷା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୦୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ଗତ ୨୦୧୬ରୁ ୨୦୨୧ ମଧ୍ୟରେ ଜୁନ୍ ମାସର ବର୍ଷା ଅନୁପାତ ଜାରି କରିଛି ପାଣିପାଗ ବିଭାଗ । ୨୦୧୬-୨୧ ମଧ୍ୟରେ ମାତ୍ର ଥରେ ୨୦୨୦ରେ ସ୍ୱାଭାବିକ୍‌ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବାକି ୫ ବର୍ଷ ଓଡ଼ିଶାରେ ସ୍ୱାଭାବିକ୍‌ରୁ କମ୍ ବର୍ଷା ରେକର୍ଡ କରାଯାଇଛି । ୨୦୧୬ରେ ୧୬୩.୨ ମିମି, ୨୦୧୭ରେ ୨୦୯.୪ ମିମି, ୨୦୧୮ ୧୫୫.୫ ମିମି, ୨୦୧୯ରେ ୧୪୬.୪ ମିମି, ୨୦୨୦ରେ ୨୫୧ ମିମି ଓ ୨୦୨୧ରେ ୧୮୧.୨ ମିମି ବର୍ଷା ରେକର୍ଡ ହୋଇଛି । ୨୦୧୬ରେ ସ୍ୱାଭାବିକ୍‌ରୁ ୧୬%, ୨୦୧୭ରେ ୨%, ୨୦୧୮ରେ ୨୭% , ୨୦୧୯ରେ ୩୩%, ଓ ୨୦୨୧ରେ ୧୭% କମ୍ ବର୍ଷା ହୋଇଥିଲା । କେବଳ ୨୦୨୦ରେ ୧୫% ଅଧିକ ବର୍ଷା ହୋଇଥିଲା ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆରବ ମହାସାଗରରୁ ଆସୁଥିବାବେଳେ ଓଡ଼ିଶାରେ ଜୁନ୍ ମାସରେ ଏହାର ପ୍ରଭାବ କମ୍ ରୁହେ । ତା ସତ୍ତ୍ୱେ ମଧ୍ୟ ଚାଷ ଜନିତ କୌଣସି ବାଧା ସୃଷ୍ଟି ହୋଇନାହିଁ । ଜୁଲାଇରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଆଜି ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରକାଶ ପାଇଛି । କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ରହିଛି । ସେହିପରି କୋରାପୁଟ, ମାଲକାନଗିରି, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ ଓ କଟକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking