31.1 C
Bhubaneswar
Friday, March 29, 2024
Homeଓଡିଶାରଣଗାଁ’ ନିରଞ୍ଜନ ଆତ୍ମହତ୍ୟା ମାମଲା, ହତ୍ୟା ଅଭିଯୋଗ କଲେ ପରିବାର

ରଣଗାଁ’ ନିରଞ୍ଜନ ଆତ୍ମହତ୍ୟା ମାମଲା, ହତ୍ୟା ଅଭିଯୋଗ କଲେ ପରିବାର

ଫୁଲବାଣୀ :ଗତ ୨୦ ତାରିଖରେ ଚକାପାଦ ବ୍ଲକ୍ ରଣଗାଁଠାରେ ଘଟିଥିବା ଆତ୍ମହତ୍ୟା ଘଟଣାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୃତକଙ୍କ ପରିବାର ଲୋକେ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରାଯିବା ପାଇଁ ଆଜି ମୃତକଙ୍କ ବାପା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି ଜଣାଇଛନ୍ତି ।  ସୂଚନାଯୋଗ୍ୟ, ଗତ ୨୦ ତାରିଖ ସକାଳେ ରଣଗାଁରେ ଥିବା ଏକ ପୁରୁଣା କୂଅ ଭିତରେ ନିରଞ୍ଜନ ସାହୁ(୨୨) ନାମକ ଜଣେ ଯୁବକଙ୍କ ମୃତଦେହ ଏକ ଓଡ଼ଣୀରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ନିରଞ୍ଜନଙ୍କ ବାପା ବିରଞ୍ôଚ ଏ ନେଇ ଚକାପାଦ ଥାନାରେ ଜଣାଇବା ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ନିରଞ୍ଜନ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ନିରଞ୍ଜନଙ୍କ ସେହି ଗ୍ରାମର ଜନୈକା ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା । ଝିଅର ପରିବାର ସମ୍ପର୍କକୁ ବିରୋଧ କରୁଥିଲେ । ଏ ନେଇ ସେମାନେ ପୁଅକୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଘଟଣା ଦିନ ଝିଅର ସମ୍ପର୍କୀୟ ମାନେ ନିରଞ୍ଜନଙ୍କୁ ବୁଲିବା ପାଇଁ ଡାକି ନେଇ ହତ୍ୟା କରିଛନ୍ତି ବୋଲି ବିରଞ୍ଚି ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତରେ ପରିବାର ଅସନ୍ତୋଷ ପ୍ରକାଶ କରି ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି । ଏ ନେଇ ଚକାପାଦ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଘଟଣାର ପାରିପାଶ୍ୱର୍ିକ ପ୍ରମାଣରୁ ଏହା ଏକ ଆତ୍ମହତ୍ୟା ଭଳି ମନେ ହେଉଛି । ଏ ନେଇ ଅଧିକ ତଦନ୍ତ ଚାଲୁ ରହିଛି । ଯଦି  ଘଟଣାରେ କେହି ସମ୍ପୃକ୍ତ ଥିବାର ପ୍ରମାଣ ମିଳେ ତେବେ ନିଶ୍ଚୟ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking