28.1 C
Bhubaneswar
Saturday, April 27, 2024
Homeଓଡିଶାଉତ୍କଳ ଦିବସରେ ଓଡିଆରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଉତ୍କଳ ଦିବସରେ ଓଡିଆରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଭୁବନେଶ୍ୱର: ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରାଯାଏ । ସୂଚନା ଅନୁସାରେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ମାତ୍ର କରୋନା ପାଇଁ ଆଜି ଏହିୁ ଦିବସକୁ ପାଳନ କରାଯାଇନାହିଁ । ଆଉ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ଅନେକ ବ୍ୟକ୍ତି ବିଶେଷ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଉତ୍କଳ ଦିବସ ଅବସରରେ ସାରା ରାଦ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ୱାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନୀପଣିଆ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢତାରେ କରୋନା ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ଟୁଇଟ୍ କରି ଲେଖିଛନ୍ତି, “ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧଶାଳୀ ହେଉ। ଏହା ହିଁ ମୋର କାମନା।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଆରେ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking