28.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦ୍ରାପଡ଼ା ଜିଲ୍ଲାକୁ ବିଦେଶରୁ ଫେରିଛନ୍ତି ୫୬୯, ଅନ୍ୟରାଜ୍ୟରୁ ଫେରିଛନ୍ତି ୮୩୯୭, ତିଆରି ହୋଇଛି ୧୧୦୬୯ ଶଯ୍ୟା...

କେନ୍ଦ୍ରାପଡ଼ା ଜିଲ୍ଲାକୁ ବିଦେଶରୁ ଫେରିଛନ୍ତି ୫୬୯, ଅନ୍ୟରାଜ୍ୟରୁ ଫେରିଛନ୍ତି ୮୩୯୭, ତିଆରି ହୋଇଛି ୧୧୦୬୯ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

କେନ୍ଦ୍ରାପଡା଼ : ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ହେବା ପରେ ବିଦେଶରେ ରହୁଥିବା ୫୬୯ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଆସସିଥିବା ଓ ରାଜ୍ୟ ବାହାରେ ଅନ୍ୟ ରାଜ୍ୟମାଙ୍କରେ ରହୁଥିବା ୮୩୯୭ ଜଣ ଲୋକ ଜିଲ୍ଲାକୁ ଫେରିଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବିଦେଶରୁ ଓ ଅନନ୍ୟ ରାଜ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କର ପଞ୍ଜିକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ୧୧୦୬୯ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ତ୍ୟକେନ୍ଦ୍ର ଖୋଲାଯାଇଥିବା ପ୍ରଶାସସନ ପକ୍ଷରୁ କୁହାଯାଇଛି । ଜିିଲ୍ଲାର ୨୪୯ଟି ଗ୍ରାମପଂଚାୟତରେ ଥିବା ସ୍କୁଲରେ ଓ ଅନ୍ୟନ୍ୟ ସରକାରୀ ଅନୁଷ୍ଠାନ ଗୃହରେ ୨୭୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ବେଳେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରରେ ୨୧୦ ଶଯ୍ୟା ବିଶିଷ୍ଟ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେସହିପରି କେନ୍ଦ୍ରାପଡ଼ା ସ୍ୱୟଂ ଶାସୀତ ମହାବିଦ୍ୟାଳୟରେ ୩୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ସେହିପରି କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟରେ ୧୫୦, ଡେରାବିଶ ଛତା ଠାରେ ଥିବା ପଲିଟେକନିକ କଲେଜରେ ୨୬୦, ପଟାମୁଣ୍ଡାଇ ଓବିସି ଛାତ୍ରାବାସରେ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇଛି । ଜିଲ୍ଳାର ୧୦ଟି ଆବାସୀକ ବିଦ୍ୟାଳୟର ୧୨୭୭ ଛାତ୍ରଛାତ୍ରୀଙ୍କୁ ୩ ମାସର ଆଗୁଆ ଛାତ୍ରବୃତି ବାବଦକୁ ୨କୋଟି ୯ ଲକ୍ଷ ୩୭ ହଜାର ୩୦୦ ଟଙ୍କା ପ୍ରଦାନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇଦିଆଯାଇଛି । ଜିଲ୍ଲାର ୧ ଲକ୍ଷ ୬୧ ହଜାର ୭ ଜଣ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତା ବାବଦକୁ ୩୩କୋଟି ୮୪ ଲକ୍ଷ ୭ ହଜାର ଟଙ୍କା ପ୍ରଦାନ କରାଯିବା ସହ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୨ଲକ୍ଷ ୩୫ ହଜାର ୫୩୦ ଜଣଙ୍କୁ ଆଗୁଆ ୩ମାସର ରାସନ ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଲକଡାଉନ ଭାଙ୍ଗିଥିବା ୬୭ ଜଣଙ୍କ ବିରୋଧରେ ପୁଲିସ ପକ୍ଷରୁ ୩୭ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୩୨ଟି ୨ ଚକିଆ ଓ ୫ଟି ୪ ଚକିଆ ଯାନ ଜବତ କରାଯାଇଥିବା ବେଳେ ୧୨ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପ୍ରଶାସସନ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking