28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆର୍ଜେଣ୍ଟିନା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

ଆର୍ଜେଣ୍ଟିନା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟ ଫର୍ଣ୍ଣାଡିଜଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ଦେଶର ନେତା ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ । ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଜର୍ମାନୀରେ ପହଁଚିଥିଲେ ମୋଦୀ । ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, ଆତଙ୍କବାଦ ବିରୋଧ, ପର୍ଯ୍ୟାବରଣ ଓ ଲୋକତନ୍ତ୍ର ପରି ମୁଦ୍ଦା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି କି , ମ୍ୟୁନିଖ ରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଅଲବର୍ଟ ଫଣ୍ଣାଡିଜଙ୍କ ସହ ଆଲୋଚନା କରିଛନ୍ତି । ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଥିଲେ । ଭାରତ ବ୍ୟତୀତ ଜର୍ମାନୀ ଜି-୭ ଶିଖର ସମ୍ମିଳନୀରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ,ସେନେଗଲ ଏବଂ ଦକ୍ଷିଣ ଆଫ୍ରିକାକୁ ବୈଶ୍ୱିକ ଲୋକତନ୍ତ୍ର ରେ ଭାଗିଦାରୀ ହେବା ପାଇଁ ଅତିଥି ଭାବରେ ଆମନ୍ତ୍ରଣ କରିଥିଲା । ୨୦୧୯ ରୁ ଭାରତ ଏବଂ ଆର୍ଜେଣ୍ଟିନାର ସମ୍ପର୍କ ରଣନୀତିକ କ୍ଷେତ୍ରରେ ଆଗକୁ ବଢିଛି । ୨୬୦୦ ଭାରତୀୟ ପ୍ରବାସୀ ଆର୍ଜେଣ୍ଟିନା ରେ ବସବାସ କରୁଛନ୍ତି । ମୋଦୀ ୨୮ ଜୁନରେ ଜର୍ମାନୀରୁ ସଂଯୁକ୍ତ ଆରବ ଗସ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking