28.1 C
Bhubaneswar
Friday, March 29, 2024
Homeଓଡିଶାଆକ୍ସନ ମୋଡରେ ସମୀର ଦାଶ

ଆକ୍ସନ ମୋଡରେ ସମୀର ଦାଶ

କୋଣାର୍କ: ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବେ ଆକ୍ସନ ମୋଡରେ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ । ଡ୍ୟୁଟି ସମୟରେ ଟିକିଏ ଅବହେଳା ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏହି ପରୀପ୍ରେକ୍ଷୀରେ ଜଣେ ସିଆରସିଙ୍କ ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜଜନ ଦାଶ ।

ସୂଚନା ଅନୁସାରେ, ସ୍କୁଲ ସମୟରେ ଶିକ୍ଷକଙ୍କୁ ରାସ୍ତାରେ ଦେଖି ଫୁଲ ଆକ୍ସନ ମୋଡକୁ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଶିକ୍ଷକମାନଙ୍କୁ ଚେତାବନୀ ଦେଇ ନୋଟିସ ଜାରି କରାଯାଇଛି । ଜଗନ୍ନାଥପୁର ନିକଟରେ ବାଇକରେ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜରରେ ପଡିଥିଲେ ଏହି ଶିକ୍ଷକ । ତେବେ ଭୁବନେଶ୍ୱରରୁ ନିମାପଡା ଅଭିମୁଖେ ଯାଉଥିବା ସମୟରେ ମନ୍ତ୍ରୀ ଏହି ଶିକ୍ଷକ ମାନଙ୍କୁ ଦେଖି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ଶିକ୍ଷକଙ୍କୁ ବାଟରେ ଅଟକାଇ ସେମାନଙ୍କୁ ଚେତୋବନୀ ଦେବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ପାର୍ଯ୍ୟନୁଷ୍ଠାନରେ ଜଣେ ସିଆରସିଙ୍କ ସମେତ ୮ ଶିକ୍ଷକ ଫସିଥିବା ଜଣାପଡିଛି ।

ଗତ କିଛି ଦିନ ତଳେ ବାଲେଶ୍ୱରର ଏକ ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍କୁଲରେ ପିଲାମାନେ ପଣକିଆ କହି ନ ପାରିବାରୁ ପ୍ରଧାନ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଥିବା ଘଟଣା ଶିକ୍ଷକମାନଙ୍କ ମନରେ ଭୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking