29.1 C
Bhubaneswar
Sunday, May 5, 2024
Homeଓଡିଶା୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ଅନଲାଇନରେ ଆବେଦନ କରିହେବ । ଏହାପରେ ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମସ ପୋର୍ଟାଲରେ ଅନଲାଇନ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ସେହିଭଳି ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ । ଏହାପରେ ବିଦ୍ୟାର୍ଥୀ ନିଜ ଲିଷ୍ଟ ଅନୁସାରେ ବିଭିନ୍ନ କଲେଜରେ ଆଡମିଶନ ନେଇପାରିବେ । ତେବେ ଯଦି ଦେଖିବା ମହାମାରୀ କରୋନା ପାଇଁ ଏବେ ଦେଢବର୍ଷରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢାରେ ବାଧା ଦେଖାଦେଇଛି । ସଂକ୍ରମଣ ପାଇଁ ଅନଲାଇନରେ କ୍ଲାସ ହେଉଥିବା ସମୟରେ ପିଲାଙ୍କ ପୂର୍ବ ପରୀକ୍ଷା ଫଳାଫଳ ଅନୁସାରେ, କ୍ଲାସ ପ୍ରମୋସନ କରାଯାଉଛି । ମାତ୍ର ଏବେ ସଂକ୍ରମଣରେ ଧିରେ ଧିରେ ହ୍ରାସ ହେଉଥିବାରୁ ସ୍କୁଲ, କଲେଜ ଖୋଲା ହେଲାଣି । ପରିସ୍ଥିତିକୁ ଦେଖି ସରକାର ବିଦ୍ୟାର୍ଥୀଙ୍କୁ କଲେଜ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

 

୨୪ ଅକ୍ଟୋବରରୁ ଭାରତ-ପାକ୍ ଟି୨୦ ବିଶ୍ୱକପ୍‌;  ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking