40.1 C
Bhubaneswar
Thursday, April 25, 2024
Homeଅପରାଧବ୍ଲାକ ଫଙ୍ଗସ ଭୟରେ ଆତ୍ମହତ୍ୟା କଲେ ଦମ୍ପତି

ବ୍ଲାକ ଫଙ୍ଗସ ଭୟରେ ଆତ୍ମହତ୍ୟା କଲେ ଦମ୍ପତି

ନୂଆଦିଲ୍ଲୀ: କର୍ଣ୍ଣାଟକରେ  ବ୍ଲାକ ଫଙ୍ଗସ ଭୟରେ ଜକ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି । ଦୁଇ ପତିପତ୍ନି କରୋନା ସଂକ୍ରମିତ ହୋଇଥିଲେ । ସୁଇସାଇଡ ନୋଟରେ ସ୍ୱାମୀ ଲେଖିଥିଲେ, ମୋ ସ୍ତ୍ରୀ ମଧୁମେହ ରୋଗୀ । ବିଭିନ୍ନ ଗଣମାଧ୍ୟମ ଦେଖାଇଥିଲେ ଯେ, କରୋନାରେ ସଂକ୍ରମିତ ହୋଇଥିବା  ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବେ ଓ ନିଜ ଅଙ୍ଗ ହରାଇବେ ।
ନୋଟରେ ସ୍ୱାମୀ ଆହୁରି ମଧ୍ୟ ଲେଖିଛନ୍ତି, ଆମେ ମାନିନେଇ ସାରିଛୁ ଯେ, ଏହାଦ୍ୱାରା ଆମକୁ ଅନେକ ମୂଲ୍ୟ ଦେବାକୁ ପଡିବ । ଏଥିପାଇଁ ଆମେ ଆତ୍ମହତ୍ୟା କରୁଛୁ । ମୃତକ ଦୁହେଁ ରମେଶ ଓ ସୁବର୍ଣ୍ଣା ବୋଲି ଜଣାପଡିଛି । ରମେଶଙ୍କ ପତ୍ନୀ ଗୁନା ସୁବର୍ଣ୍ଣା ମଧୁମେହରେ ଆକ୍ରାନ୍ତ ଥିଲେ ଓ ସେମାନେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଗତ ୧ ସପ୍ତାହ ଧରି ସେମାନଙ୍କ ନିକଟରେ କୋଭିଡ ଲକ୍ଷଣ ଦେଖା ଯାଇଥିଲା । ଆତ୍ମହତ୍ୟା ପୂର୍ବରୁ ଦୁହେଁ, ପୁଲିସ ଆୟୁକ୍ତ ଏନ ଶଶି କୁମାରଙ୍କୁ ଏକ ଅଡିଓ ମେସେଜ ପଠାଇଥିଲେ । ସେହି ଅଢିଓରେ ଦୁହେଁ କହିଛନ୍ତି ଯେ, ବ୍ଲାକ ଫଙ୍ଗସକୁ ନେଇ ସେମାନଙ୍କ ମନରେ ଭୟ ରହିଛି, ସେଥିପାଇଁ ସେମାନେ ନିଜକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ପୁଲିସ ଏମିତି କିଚି ପଦକ୍ଷେପ ନ ନେବାକୁ ଅନୁରୋଧ କରି ଆପାର୍ଟମେଣ୍ଟରେ ପହଂଚିଲା ବେଳକୁ ଦୁହେଁ ଆତ୍ମହତ୍ୟା କରିସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking