30.1 C
Bhubaneswar
Saturday, May 18, 2024
Homeଖେଳ୨୪ ଅକ୍ଟୋବରରୁ ଭାରତ-ପାକ୍ ଟି୨୦ ବିଶ୍ୱକପ୍‌;  ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷିତ

୨୪ ଅକ୍ଟୋବରରୁ ଭାରତ-ପାକ୍ ଟି୨୦ ବିଶ୍ୱକପ୍‌;  ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ(ଆଇସିସି) ଆଗାମୀ ଟି୨୦ ବିଶ୍ୱ କପ କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମହାମୁକାବିଲାରୁ ଏହି ଟୁର୍ଣ୍ଣାମେଣ୍ଟରେ  ନିଜ ଅଭିଯାନ ଆରମ୍ଭ କରିବ । ଭାରତ ଓ ପାକିସ୍ତାନକୁ ଏହି ବିଶ୍ୱକପର ଗ୍ରୁପ ୨ରେ ରଖା ଯାଇଛି । ଆଇସିସି ଆଜି ଏକ ଡିଜିଟାଲ ସୋ ରେ ଟି୨୦ ବିଶ୍ୱକପ ସିଡ୍ୟୁଲର ଘୋଷଣା କରିଛି । ସେହିଭଳି ତାଲିବାନ କବଜାକୁ ଆସିସାରିଥିବା ଆଫଗାନିସ୍ତାନ ୨୫ ଅକ୍ଟୋବରରେ ଶାରଜାହରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ ।
ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହିତ ୩୧ ଅକ୍ଟୋବର ଓ ଆଫଗାନିସ୍ତାନ ସହିତ ୩ ନଭେମ୍ବରରେ ସାମ୍ନାସାମ୍ନି ହେବ । କହିରଖୁଛୁ, ଟି୨୦ ବିଶ୍ୱକପ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ୟୁଏଇ ଓ ଓମାନରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ୧୦ ନଭେମ୍ବର ଓ ଦ୍ୱିତୀୟ ସେମିଫାଇନାଲ ୧୧ ନଭେମ୍ବରରେ ଖେଳାଯିବ । ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚ ୧୪ ନଭେମ୍ବରରେ ଖେଳାଯିବ । ଯେତେବେଳେ କି ୧୫ ନଭେମ୍ବରକୁ ଫାଇନାଲ ପାଇଁ ରିଜର୍ଭ ଡେ ଭାବରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking