30.1 C
Bhubaneswar
Saturday, May 18, 2024
Homeଓଡିଶାବିଦ୍ୟାଳୟରେ ୬ ଦିନ ଧରି ତାଲା

ବିଦ୍ୟାଳୟରେ ୬ ଦିନ ଧରି ତାଲା

ଢେଙ୍କାନାଳ,୧୭/୦୮ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଉପଖଣ୍ଡର ଗୁଳେହି ପଂଚାୟତର କଲଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଣ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମୋଟ ସଂଖ୍ୟା ୧୧୫ ଥିବା ବେଳେ ମୋଟ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି । ତେବେ ବିଦ୍ୟାଳୟରେ ଦିର୍ଘ ୬ ଦିନ ଧରି ତାଲା ପଡିଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।
ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ରଶ୍ମିତା ପାତ୍ର, କମିଟିର ସଦସ୍ୟ ଯୁଗଳ ପାତ୍ର, ବେଣୁଧର ନାଏକ, ଛବିନ୍ଦ୍ର ନାଏକ, ବୀଣାପାଣି ନାଏକ ଅଭିଯୋଗ କରିଛନ୍ତି । ତେବେ ବିଦ୍ୟାଳୟରୁ ବାହାରିଥିବା ପୁରୁଣା ଆଜବେଷ୍ଟସ, କାଠ କଡି, ବିଦ୍ୟୁତ୍ ଉପକରଣ ଆଦି ସାମଗ୍ରୀ ପ୍ରଥାନ ଶିକ୍ଷକ କମିଟିକୁ ନ ଜଣାଇ ବିକ୍ରି କରିଦେଇଛନ୍ତି । ଏହା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଆସୁଥିବା ଅନୁକଂପା ରାଶି ସଂପର୍କରେ କମିଟିକୁ ଜଣାଉ ନାହାନ୍ତି । ମାତ୍ର ସେ ତାଙ୍କ ନିଜ ଇଛାରେ ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି । ଫଳରେ କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସିଆରସିସି ବିଦ୍ୟାଧର ବେହେରାଙ୍କୁ ଜଣାଇଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା କହିଛନ୍ତି । ତେବେ ଏ ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ ପ୍ରଧାନ ଶିକ୍ଷକ ଜାଣିଶୁଣି ତାଲା ପକାଇନାହାନ୍ତି ବରଂ ତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀ ତଥା ପରିଚାଳନା କମିଟି ତାଲା ପକାଇଥିବା ଜଣାପଡିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking