28.1 C
Bhubaneswar
Saturday, April 27, 2024
Homeଓଡିଶାଚଳ ଚଞ୍ଚଳ ହୋଇ ଉଠିଛି ପିପିଲି ରାଜନୀତି

ଚଳ ଚଞ୍ଚଳ ହୋଇ ଉଠିଛି ପିପିଲି ରାଜନୀତି

ପିପିଲି :ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଚଳ ଚଞ୍ଚଳ ହୋଇ ଉଠିଛି ପିପିଲି ରାଜନୀତି। ନିର୍ବାଚନ ପାଇଁ ତିନି ଦଳ ନେତା ମାନେ ପ୍ରସ୍ତୁତ ଥିବା ବେଳେ ପ୍ରଥମ ଥର ଉପନିର୍ବାଚନ ପାଇଁ ଉତ୍ସାହିତ ପିପିଲି ଭୋଟର। ସୂଚନା ଯେ, ଅ।ସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ଵାଚନ । ମାର୍ଚ୍ଚ ୨୩ ତାରିଖ ଠାରୁ ଅ।ଶାୟୀ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ କିଏ ହେବ ସେ ନେଇ ଚୁଡାନ୍ତ ଘୋଷଣା ଏ ପର୍ଯ୍ୟନ୍ତ କରିନାହଁ।ନ୍ତି । ଶାସକ ବିଜେଡି କବଜାରେ ଥିବା ଏହି ପିପିଲି ଅ।ସନ କୁ ପୁଣି ଥରେ ଦଖଲ କରିବା ପାଇଁ ପିପିଲି ରେ ହେଭିଓ୍ଵେଟ ନେତା ଏକାଠି ହୋଇ କରିଥିଲେ ମାନସ ମନ୍ଥନ । ଓ୍ଵାର୍ଡସ୍ତରରୁ ପଚଂ।ୟତ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ଏକାଠି କରି ପୁଣି ଥରେ ପିପିଲି କୁ ଦଖଲ କରିବାର ଅ।ଶା ରଖିଛି ବିଜେଡି । ବିଜେଡି ଟିକେଟ ଦୌଡ଼ରେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କ ମଧ୍ୟରେ ଛକାପଂଜା ଲାଗି ରହିଥିବା ବେଳେ ପାର୍ଥି କିଏ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ।

ସେପଟେ ପିପିଲି ଉପନିର୍ଵାଚନ ପାଇଁ ବିଜେପି ଓ କଂଗ୍ରେସ ଦଳ ନିର୍ଵାଚନ ପାଇଁ ପ୍ରସ୍ତୁତ ବୋଲି କହିଥିବା ବେଳେ ବିଜେପି ଟିକେଟ ଚଳିତ ନିର୍ଵାଚନ ରେ ଜିଲ୍ଲା ସଭାପତି ଅ।ଶ୍ରିତ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇ ନିର୍ଵାଚନ ମଇଦାନ କୁ ଓହ୍ଲାଇପାରେ ବୋଲି ସମ୍ଭାଵ୍ୟ ସୂଚନା ରହିଛି, ସେହିପରି ଗତ ୨୦୧୯ ସାଧାରଣ ନିର୍ଵାଚନରେ ୩ ନମ୍ଵର ସ୍ଥାନରୁ ୩ ନମ୍ଵର ସ୍ଥାନକୁ ଯାଇଥିବା କଂଗ୍ରେସ ଟିକେଟ ପାଇଁ ଏକାଧିକ ଆଶାଇ ରହିଥିବା ବେଳେ ମୋତେ ଦଳ ସୁଯୋଗ ଦେଲେ ମୁଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ଆଶାଇ ଥିବା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ କହିଛନ୍ତି।ଉଭୟ ଦଳ ନିର୍ଵାଚନ ରେ ଭଲ ପ୍ରଦର୍ଶନ କରି ବିଜେଡିର ଏହି ଗଡ ଦଖଲ କରିବାର ଅ।ଶା ରଖିଛି ।

ଅ।ସନ୍ତା ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପିପିଲି ଉପନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନଥିବା ବେଳେ ଏହି ପିପିଲି ଉପନିର୍ଵାଚନ ସମସ୍ତଙ୍କ ପାଇଁ ଗୁରୁତ୍ଵ ବହନ କରୁଛି । ସେପଟେ ପଚଂ।ୟତ ସ୍ତରରୁ ବିଜେଡି ହେଭିଓ୍ଵେଟ ନେତା ମାନଙ୍କୁ ଦାୟିତ୍ଵ ଦେଇ ଏହି ଗଡ ହାତେଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking