33.1 C
Bhubaneswar
Thursday, April 25, 2024
Homeଓଡିଶାଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଦାବି

ଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଦାବି

 

ବ୍ରହ୍ମପୁର :  ଗୋଲଡେନ୍ ଲ୍ୟାଣ୍ଡ ଓ ଜିପିଏଲ ଚିଟଫଣ୍ଡ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ଏବଂ ଏଜେଣ୍ଟ ମିଳିତ ମଞ୍ଚ ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଗେଟ୍ ବଜାର ଛକ ଏନଜିଓ ହଲ୍ ପରିସରରେ ଜମାକାରୀ ମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଦାବି ଅନୁଯାଇ ଗତ ୨୦୧୩ ମସିହା ଠାରୁ ଚିଟଫଣ୍ଡ ମହା ଘୋଟାଲା ପରଠାରୁ ଜମାକାରୀଙ୍କ କଷ୍ଟ ଅର୍ଜିତ ଧନକୁ ଫେରାଇବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଇବାରେ ବିଫଳ ହୋଇଥିବା ଅଭିଯୋଗ କରାଯାଇଛି । ତେବେ ଜମାକାରୀଙ୍କ ଟଙ୍କା ଫେରାଇବା ଓ ତଦନ୍ତ ସରକାର ଚିଟଫଣ୍ଡ କମିଶନର, ସ୍ୱତନ୍ତ୍ର ଓପିଆଇଡ଼ି ଆକ୍ଟ ସହିତ ସିବିଆଇ, ଇଓଡବ୍ଲ୍ୟୁ ତଦନ୍ତ ନାମରେ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଜମାକାରୀ ନିଜର ଅର୍ଜିତ ଅର୍ଥରୁ ଟଙ୍କାଟିଏ ମଧ୍ୟ ଫେରି ପାଇନାହାନ୍ତି ।
ଗତ ୨୦୧୭ ମସିହାରେ କମ୍ପାନୀର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା କମିଶନରଙ୍କ ମାଧ୍ୟମରେ କରାଇ ଟଙ୍କା ଫେରାଇବା ସକାଶେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ କଟକ ଏଡିଏମ ଙ୍କୁ ଓ କମ୍ପାନି କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମ୍ପାନୀର ୮୭ କୋଟି ଓ ୫୩ ଏକର ଜମି ଇଓଡବ୍ଲ୍ୟୁ ଜବତ କରିଥିବା ବେଳେ କମ୍ପାନୀ ପାଖରେ ରହିଥିବା ୧୭ଶହ ଏକର ଜମି ସ୍ଥାବର ଓ ଅସ୍ଥାବର ଜମିକୁ ଆଜି ସୁଧା ସିବିଆଇ ଜବତ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହି ସମସ୍ତ ବିଷୟରେ ଅନେକ ଥର ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ରାଜ୍ୟପାଳ, ସିବିଆଇ, ରାଜସ୍ୱ କମିଶନର, ମୁଖ୍ୟମନ୍ତ୍ରୀ ଏପରିକି ଅନେକଥର ବିଧାନସଭା ଘେରାଉ ଓ ସାମ୍ବାଦିକ ସମ୍ମିଳନୀରେ ମଧ୍ୟମରେ ଜଣାଇଥିଲେ ମଧ୍ୟ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଉନଥିବା ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏହି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଞ୍ଜାମ ଉପ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବା ସହ କତ୍ତୃପକ୍ଷ ଏବଂ କିଛି ପ୍ରଶାସନିକ ଅଧିକାରୀ ବିକ୍ରି କରିଥିବା ଜମିକୁ ବାଜ୍ୟାପ୍ତି କରି ଜମାକାରୀଙ୍କ ମଧ୍ୟରେ ଉକ୍ତ ସମସ୍ତ ସମ୍ପତ୍ତିକୁ ବିତରଣ କରିବା ସହ ଜମାକାରୀ ଏବଂ ଏଜେଣ୍ଟ ମାନଙ୍କ ଜମାଟଙ୍କା ଫେରାଇବା ନିମନ୍ତେ ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିକ୍ରମ ସେନ ବେହେରୁ, ବାଳକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଜମାକାରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଦାବି ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking