28.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲଗାମ ଲାଗୁନାହିଁ । ମାସର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର ଦେଶରେ ତୈଳ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୪.୪୯ ଟଙ୍କା ଥିବା ବେଳେ ଡିଜେଲ ୨୩ ପଇସା ବୃଦ୍ଧି ପାଇ ୮୫.୩୮ ଟଙ୍କା ପ୍ରତି ଲିଟର ରହିଛି ।
୧୫ ଦିନ ପରେ ଲଗାତାର ଦ୍ବିତୀୟ ଦିନ ପାଇଁ ତୈଳ ଦର ବୃଦ୍ଧିପାଇଛି । ସେହିଭଳି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି । ମଙ୍ଗଳବାର ମୁମ୍ବାଇରେ ପେଟ୍ରୋଲ ଦର ୧୦୦.୪୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୯୨.୪୫ ଟଙ୍କା । ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ରର କିଛି ସହର ସମେତ ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି ।
ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଦର ୨୬ ପଇସା ବୃଦ୍ଧି ପାଇ ୯୫.୨୮ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦର ୨୫ ପଇସା ବୃଦ୍ଧି ପାଇ ୯୩.୦୯ ଟଙ୍କା ରହିଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଲାଣି । ତେବେ କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ । ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking