29.1 C
Bhubaneswar
Saturday, May 4, 2024
Homeକରୋନା ଓଡିଶାପିପିଇ କିଟ୍ ପିନ୍ଧି ଶବ ସତ୍କାର କଳେ ବିଡିଓ

ପିପିଇ କିଟ୍ ପିନ୍ଧି ଶବ ସତ୍କାର କଳେ ବିଡିଓ

ପାଟଣାଗଡ : କରୋନାରେ ପ୍ରାଣ ହରାଇଥିବାରୁ ବନ୍ଧୁବାନ୍ଧବ କେହି ପାଖ ମାଡ଼ିଲେନି । ଶେଷରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ନିଜେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଦଲଦଲି ଗ୍ରାମରେ । ଅର୍ଜ୍ଜୁନ କୁମୁଡିଆ ଓ ତାଙ୍କ ସ୍ତ୍ରୀ ଲୁଭା କୁମୁଡିଆ ନିଜର ୧୨ ବର୍ଷର ଝିଅକୁ ନେଇ ରହିଆସୁଥିଲେ । ଗତ ୮ଦିନ ତଳେ ଅର୍ଜ୍ଜୁନ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭିମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ କୋଭିଡ ୱାର୍ଡରେ ଅନ୍ୟ ରୋଗୀଙ୍କ ମୃତ୍ୟୁ ଦେଖି ଭୟରେ ସେ ନିଜ ଘର ଦଳଦଲୁକୁ ପଳାଇଆସିଥିଲେ ପରେ ଗତ କାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାଯିବା ପରେ ବନ୍ଧୁ ବାନ୍ଧବ କେହି ଶବ ତ୍ସକାର ପାଇ ଆସିନଥିଲେ । ପରେ ଗ୍ରାମର ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପାଟଣାଗଡ଼ ବିଡିଓଙ୍କୁ ଜଣାଇବା ପରେ ବିଡିଓ ନୀଳମାଧବ ସୁନା ଓ ପାଟଣାଗଡ଼ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା, ପାଟଣାଗଡ଼ କୋଭିଡ୍ ଦାୟିତ୍ୱରେ ଥିବା ଅଧିକାରୀ ମନୋଜ ଆଚାର୍ଯ୍ୟ, ବନେଇମୁଣ୍ଡା ସରପଞ୍ଚ ଓ ସମିତି ସଭ୍ୟ, ଖୁଣ୍ଟସମଲାଇ ସମିତି ସଭ୍ୟ ଜୟନ୍ତ କୁମ୍ଭାରଙ୍କ ଉପସ୍ଥିତିରେ ପିପିଇ କିଟ ପିନ୍ଧି ମୃତ ଅର୍ଜ୍ଜୁନଙ୍କ ଶବ ସତ୍କାର କରିଥିଲେ ବିଡିଓ । ପରେ ବିଡିଓ ଉକ୍ତ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଡିଓଙ୍କ ଏଭଳି ମହତ କାର୍ଯ୍ୟକୁ ଲୋକେ ପ୍ରଶସିଂତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking