30.1 C
Bhubaneswar
Wednesday, April 24, 2024
Homeଓଡିଶାବୁର୍ଲାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ବଢ଼ାଉଛି ଚିନ୍ତା 

ବୁର୍ଲାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ବଢ଼ାଉଛି ଚିନ୍ତା 

ସମ୍ବଲପୁର : କରୋନାର କଳଙ୍କିତ ସଂକ୍ରମଣ ଋତୁ ନଯାଉଣୁ ଏବେ ପଶ୍ଚିମ ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍ ନେଇ ସୃଷ୍ଟି ହୋଇଛି ଆତଙ୍କିତ ପରିବେଶ । ବୁର୍ଲା ମେଡିକାଲରେ ଜଣେ ସନ୍ଦିଗ୍ଧ ଚିକିତ୍ସିତ ହେଉଥିବା ବେଳେ ଆଉ ୩ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଖବର ମିଳିଛି । ପ୍ରଥମରୁ ବରପାଲିର ଜଣେ ରୋଗୀ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଓ ଭେଷଜ ବିଭାଗରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ପୁଣି ୩ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ନାସା, କର୍ଣ୍ଣ, ଗଳା ବିଭାଗରେ ଭର୍ତ୍ତି କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି । ଏହିପରି ଆଉ କେତେକ ରୋଗୀ ସନ୍ଦେହଜନକ ଅବସ୍ଥାରେ ଭିମସାର୍‌ର ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମାତ୍ର ଯେଉଁ ନୂତନ ୩ ଜଣ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ ରୋଗୀ ବର୍ତ୍ତମାନ ନାସା, କର୍ଣ୍ଣ, ଗଳା ବିଭାଗରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ମେଡିକାଲ୍ ସୂତ୍ରରୁ ସୂଚନା ମିଳିଛି । ସେପଟେ ବ୍ଲାକ୍ ଫଙ୍ଗସ୍ ରୋଗ ପାଇଁ ଜରୁରୀ ଇଞ୍ଜେକସନ ‘ଅମ୍ଫାଟେରିସିନ୍‌-ବି’ ବଜାରରେ ମିଳୁନଥିବା ଏହି ରୋଗ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି । ଏଭଳି ପରିସ୍ଥିତିରେ ରୋଗୀଙ୍କ ଚିକିତ୍ସା କିପରି ଭାବେ ହୋଇପାରିବ ତାକୁ ନେଇ ବଢିଯାଇଛି ଚିନ୍ତା । ଅନ୍ୟପକ୍ଷରେ ୪ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବାବେଳେ ଆଉ ୬/୭ ଜଣଙ୍କୁ ସନ୍ଦେହରେ ରଖାଯାଇଛି ବୋଲି କହିଛନ୍ତି ଭୀମ୍‌ସାର ଅଧିକ୍ଷକ ପ୍ରଫେସର ଡା. ଲାଲମୋହନ ନାଏକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking