28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗଇନୋଭାରେ ଚାଲିଛି ଅହରହ ପାଟ୍ରୋଲିଂ,ତଥାପି ଥମୁନି ଅପରାଧ!

ଇନୋଭାରେ ଚାଲିଛି ଅହରହ ପାଟ୍ରୋଲିଂ,ତଥାପି ଥମୁନି ଅପରାଧ!

ରାଉରକେଲା: ଷ୍ଟିଲ ସିଟି ରାଉରକେଲା ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଯାଏ ଘୁରି ବୁଲୁଛି ପୁଲିସ ଇନୋଭା ପାଟ୍ରୋଲିଂ ଗାଡ଼ି । ମାତ୍ର ସେହି ଅପରାଧର ହାର ଦିନକୁ ଦିନ ସହରରେ ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି । ଗତ ୨୦୧୨ ମସିହାରେ ବାଇକ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ, ଏହି ବ୍ୟବସ୍ଥା କିଛି ହାତଗଣତି ଥାନାରେ ଚାଲୁଛି ।
ପୁଲିସ ହେଉଛି ସମାଜର ଜାଗ୍ରତ ପ୍ରହରୀ । ଜନସାଧାରଣ ସୁନିଦ୍ରାରେ ଶୟନ କରୁଥିବା ସମୟରେ ସହରର ରାଜରାସ୍ତାରେ ଘୁରି ବୁଲୁଥାଏ ପୁଲିସର ନାଲିବତୀ ଗାଡ଼ି । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତାରେ ପୁଲିସ ଭ୍ୟାନ ପଇଁତରା ମାରି ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରଖିଥାଏ । ଯାହା ଫଳରେ ଅସାମାଜିକ ତତ୍ୱଙ୍କ କବଳରୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ହୋଇ ପାରିଥାଏ । ପ୍ରତ୍ୟହ ରାଉରକେଲାର ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ କରାଯାଇଥାଏ  ରାତ୍ରିକାଳୀନ ପାଟ୍ରୋଲିଂ । ମଧ୍ୟରାତ୍ରିରୁ  ପୁଲିସ ପାଟ୍ରୋଲିଂ ଆରମ୍ଭ ହୋଇ ଭୋର ୪ଟା ଯାଏ ଚାଲିଥାଏ । ପ୍ରାତଃ ସମୟରେ ପିିସିଆର ଇନୋଭା ଗାଡ଼ି ଗୁଡ଼ିକ ରାଜରାସ୍ତାରେ ଅହରହ ଘୁରି ବୁଲିବା ଲକ୍ଷ୍ୟ କରାଯାଇଥାଏ । ସେହିପରି ବିିଭିନ୍ନ ଛକରେ ପୁଲିସକର୍ମୀ ଓ ହୋମଗାର୍ଡ଼ ମାନଙ୍କୁ ଜାଗ୍ରତ ଅବସ୍ଥାରେ ପହରା ଦେଇଥାନ୍ତି । ବର୍ତମାନ ଶୀତରୁତୁ ହୋଇଥିଲେହେଁ, ପୁଲିସ ନିଜର କର୍ତବ୍ୟ ପ୍ରତି ସଜାଗ ରହି ଦିନରାତି ଜନସାଧାରଣଙ୍କୁ ସୁରକ୍ଷାର ଅଦୃଶ୍ୟ କବଚରେ ବାନ୍ଧି ରଖିଛନ୍ତି । ଏହା ଫଳରେ ଘଟିବାକୁ ଯାଉଥିବା ଚୋରି, ଛିନତାଇ ଓ ଅନ୍ୟ ଅସାମାଜିକ କାର୍ଯ୍ୟକଳାପ ଉପରେ କିଛିଟା ବିରାମ ଲାଗି ପାରୁଛି! କେବଳ ଯେ, ରାତ୍ରିରେ ନୁହେଁ  ସକାଳ ଓ ସଂଧ୍ୟା ସମୟରେ ପୁଲିସ ପିସିଆର ବିଭିନ୍ନ ଅଂଚଳରେ ଘୁରି ବୁଲୁଛି । ପୁଲିସ ପାଟ୍ରୋଲିଂ ଦ୍ୱାରା ଅସାମାଜିକ ଓ ଉଦଭ୍ରାନ୍ତ ଯୁବକ ମାନଙ୍କ ମଧ୍ୟରେ ଭୟ ସଂଚାର ହେବା ସ୍ୱାଭାବିକ । ଏହା ଦ୍ୱାରା ଘଟିବାକୁ ଯାଉଥିବା କିଛି ନିଶ୍ଚିତ ଅପରାଧକୁ  କେତାକାଂଶରେ ଏଡ଼ାଇ ଦିଆଯାଇ ପାରୁଛି ବୋଲି ଜଲଦା ଅଂଚଳର ସାମାଜିକ କର୍ମୀ ଚିତରଂଜନ ଭୂମିଜ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଅସାମାଜିକ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ ହୋଇଛି କହିଲେ ବୋଧେ ଭୁଲ ହେବ ନାହିଁ ।
ଏଠାରେ ସୂଚନାଯୋଗ୍ୟ,ରାଉରକେଲାରେ ଥିବା୧୫ରୁ ଉର୍ଦ୍ଧ ଥାନା ଓ ଫାଣ୍ଡି ପକ୍ଷରୁ ପୂର୍ବରୁ ବୋଲେରୋ ପିସିଆର ଭ୍ୟାନ ଓ ଥାନାରେ ବ୍ୟବହୃତ ଗାଡ଼ି ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଥିଲା । ଚଳିତ ବର୍ଷ ଗତ ଜାନୁଆରୀ ୧୯ ତାରିଖରେ ୨୪ଟି ନୂତନ ଇନୋଭା ଗାଡ଼ି ପୁଲିସ ପାଟ୍ରୋଲିଂ ପାଇଁ ରାଜରାସ୍ତାରେ ଗଡ଼ିବାକୁ ଲାଗିଲା, ଫଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ସୂଚାରୁରୂପେ ତ୍ୱରାନ୍ୱିତ କରାଯାଇ ପାରିଲା । କୌଣସି ଦୁର୍ଘଟଣା ଅବା ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଇନୋଭା ଗାଡିରେ ମୁତୟନ ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚି ଯାଇ ଜନସାଧାରଣଙ୍କ ହିତରେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି । ଅପରପକ୍ଷରେ ଏହାର କିଛି ବର୍ଷ ପୂର୍ବରୁ ଗତ ୨୦୧୨ରେ  କଟକ ସ୍ଥିତ ପୁଲିସ ମୁଖ୍ୟାଳୟରେ ବାଇକ ମାଧ୍ୟମରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାର  ଶୁଭାରମ୍ଭ ହେବା ପରେ ପରବର୍ତୀ ଅବସ୍ଥାରେ ରାଉରକେଲାର ସହରାଚଂଳ ଓ ଦକ୍ଷିଣ ରାଉରକେଲାରେ ବାଇକ ଦ୍ୱରା ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାର ତଦାରଖ କରା ଯାଉଥିଲା । ପୁଲିସ ପକ୍ଷରୁ ଜାତୀୟ ରାଜପଥ-୧୪୩ରେ ଚାଲୁଛି ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ।  ସୂଚନାଯୋଗ୍ୟଯେ, ବାଇକ ପାଟ୍ରୋଲିଂ ମାଧ୍ୟମରେ ପୁଲିସ କର୍ମୀ ଜଣଙ୍କ ତତ୍‌କ୍ଷାଣତ କୌଣସି ଜାଗାରେ ଅଳ୍ପ ସମୟ ମଧ୍ୟରେ ପହଂଚି ଯାଉଥିବାରୁ ସେ ସମୟରେ ଏହି ବ୍ୟବସ୍ଥା ଜନ ଆଦୃତ ଲାଭ କରିଥିଲା । ପରବର୍ତୀ କାଳରେ ବାଇକ ପାଟ୍ରୋଲିଂ ବ୍ୟବସ୍ଥା  ରାଉରକେଲାରେ ଶିଥିଳ ଅବସ୍ଥାକୁ ଚାଲି ଆସିଥିଲା! ଗୋଟିଏ ପଟେ ରାଉରକେଲା ସମେତ ଦକ୍ଷିଣ ରାଉକେଲାରେ ଦିନକୁ ଦିନ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଯେପରି ଚୋରି, ଲୁଟ, ସୁନାଚେନ ଛିନତାଇ ଆଦି ଘଟଣା ସାଧାରଣରେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ, ଏସବୁ ଉପରେ ପୁଲିସିଆ ଲଗାମ କଷି ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ଶକ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking