34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପୁଲିସ ପକ୍ଷରୁ ଭାରୀଯାନ ଧରପଗଡ଼

ପୁଲିସ ପକ୍ଷରୁ ଭାରୀଯାନ ଧରପଗଡ଼

ରାଉରକେଲା :ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ମୁଖ୍ୟ ରାସ୍ତାରେ  ପୁଲିସ ପକ୍ଷରୁ ଭାରୀଯାନ ଗୁଡ଼ିକର ଧରପଗଡ଼ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ  ଟ୍ରକ, ଡମ୍ପର, ଟ୍ରଲର ଚାଳକ ମାନଙ୍କ  ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ଯାଂଚ ଆଦି ପ୍ରକିୟାକୁ ପୁଲିସ କର୍ମୀ ମାନେ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଜରିମାନା ଚାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା । ୩ଟି ଭାରୀଯାନର ଚାଳକ ଗାଡ଼ି ଚାଳନା ବେଳେ ଡ୍ରାଇଭିଂ ଲାଇସେନ୍ସ ନଥିବା ଓ ସିଟ ବେଲ୍ଟ ନବାନ୍ଧି ଥିବାରୁ ପୁଲିସ ପକ୍ଷରୁ ୧ହଜାର ଟଙ୍କାର ଇ- ଚାଲାଣ ଜରିମାନା ପ୍ରତ୍ୟେକଙ୍କ ଠାରୁ ଆଦାୟ କରାଯାଇଥିଲା । ଅନ୍ୟପକ୍ଷେ ସାରନଗରୀ ରାଜରାସ୍ତାରେ ପୁଲିସ ପକ୍ଷରୁ ଭାରୀଯାନର ଧରପଗଡ଼କୁ ଦେଖି ବିନା ହେଲମେଟରେ ଯାତ୍ରା କରୁଥିବା କିଛି ଚାଳକ ଜରିମାନା ଭୟରେ ଗଳାବାଟ ଦେଇ ବାଇକ ନେଇ ପଳାୟନ କରିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ନୂତନ ପରିବହନ ନିତୀ ଅନୁଯାୟୀ, ପୁଲିସ ପକ୍ଷରୁ ଗତ କିଛି ଦିନ ହେଲା ବାଇକ, କାର ଓ ଭାରୀଯାନ ଚଳାଚଳ କରୁଥିବା ଚାଳକ ମାନଙ୍କ କାଗଜପତ୍ର ଯାଂଚ କରାଯାଉଛି । ପରିବହନର ବିଭିନ୍ନ ନିୟମ ଉଲ୍ଲଘଂନ କଲେ ପୁଲିସ କର୍ମୀ  ସଂପୃକ୍ତ ଗାଡ଼ି ଚାଳକ ମାନଙ୍କ ଠାରୁ ଇ- ଚାଲାଣ କାଟିବା ସହରର ଛକ ମାନଙ୍କରେ ଦୃଷ୍ଟିଗୋଚର ହେଉଛି । ପୁଲିସର ଏଭଳି କଡ଼ାକଡ଼ି ଯାଂଚ ଫଳରେ ରାଉରକେଲା ଅଂଚଳର ପ୍ରମୁଖ ଛକ, ହାଟବଜାରରେ ବାଇକ ଧରି  ଏଣେତେଣେ ଘୁରି ବୁଲୁଥିବା ରୋଡ଼ ରୋମିଓଙ୍କ ଉତ୍ପାତ କିଛି ମାତ୍ରାରେ କମ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking