28.1 C
Bhubaneswar
Monday, May 27, 2024
Homeଓଡିଶାରୋଗୀଙ୍କୁ ପୂରାଇଲାନି କ୍ୟାପିଟାଲ ହସ୍ପିଟାଲ, ରାସ୍ତାରେ ଲାଗିଲା ଅକ୍ସିଜେନ୍‌

ରୋଗୀଙ୍କୁ ପୂରାଇଲାନି କ୍ୟାପିଟାଲ ହସ୍ପିଟାଲ, ରାସ୍ତାରେ ଲାଗିଲା ଅକ୍ସିଜେନ୍‌

ଭୁବନେଶ୍ୱର : ଲୋକଙ୍କୁ କୋଭିଡ୍‌ର ଉତ୍ତମ ଚିକିତ୍ସା ଯୋଗାଉଥିବା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବ ଚତ୍ର ଭିନ୍ନ । ଜଣେ ଗୁରୁତର ରୋଗୀଙ୍କୁ କୋଭିଡ୍ ପରୀକ୍ଷା ଆଳଦେଖାଇ ସରକାରୀ ହସ୍ପିଟାଲ ନିରାଶ କଲା ପରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସହଯୋଗରେ ରୋଗୀଙ୍କୁ ରାସ୍ତା ଉପରେ ଅକ୍ସିଜେନ୍ ଦିଆଯାଇଛି । ଅକ୍ସିଜେନ୍ ଲେଭଲ୍ ବଢ଼ିବାପରେ ରୋଗୀ ଜଣକ ଘରକୁ ଫେରିଗଲେ । ରାଜ୍ୟରେ ଚିକିତ୍ସା କ୍ଷେତ୍ରର ଏହି ନଗ୍ନ ଚିତ୍ର ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଖରାପ ହେବାରୁ ନିରାକାରପୁରରୁ ଭୁବନେଶ୍ୱର ଆସିଥିଲେ ୬୫ ବର୍ଷୀୟ ପଠାଣି ଜେନା ।

ଆଶା ଥିଲା ଚିକିତ୍ସା ପାଇ ଘରକୁ ଫେରିଯିବେ । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାପାଇଁ ସୁଯୋଗ ମିଳିଲାନି । କୋଭିଡ୍ ପରୀକ୍ଷା ହୋଇ ନଥିବାରୁ ରୋଗୀଙ୍କୁ ହସ୍ପିଟାଲ ଭିତରକୁ ବାରଣ କରାଗଲା । ଧୀରେ ଧୀରେ ପଠାଣିଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଅକ୍ସିଜେନ୍ ଲେଭଲ୍ ୭୦ରେ ପହଞ୍ଚି ଯାଇଥିଲା । ଏହି ସମୟରେ ଦେବଦୂତ ସାଜିଲେ ଏକ ସାମାଜିକ ସଂସ୍ଥାର ସ୍ୱେଚ୍ଛାସେବୀ । ତାଙ୍କ ସହାୟତାରେ ଗାଡ଼ି ଭିତରେ ଲାଗିଲା ଅକ୍ସିଜେନ୍ । ଅକ୍ସିଜେନ୍ ସିଲିଣ୍ଡର ଲାଗିବାର କିଛି ମୁହୂର୍ତ୍ତ ପରେ ଅକ୍ସିଜେନ୍ ଲେଭଲ୍ ବଢ଼ିଥିଲା । ପରେ ରୋଗୀ ଜଣକ ନିଜ ଗାଁକୁ ଫେରିଯାଇଥିବା ସୂଚନା ମଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking