35.1 C
Bhubaneswar
Monday, June 17, 2024
Homeଓଡିଶାଲକ୍‌ଡାଉନରେ ବସ୍ତିରେ ମଦ ଗୋଦାମକୁ ବିରୋଧ, ବୋତଲ ଭାଙ୍ଗି ପ୍ରତିବାଦ କଲେ ବସ୍ତିବାସିନ୍ଦା

ଲକ୍‌ଡାଉନରେ ବସ୍ତିରେ ମଦ ଗୋଦାମକୁ ବିରୋଧ, ବୋତଲ ଭାଙ୍ଗି ପ୍ରତିବାଦ କଲେ ବସ୍ତିବାସିନ୍ଦା

ଭୁବନେଶ୍ୱର : ବିଗତ ଦିନରେ ଦେଶୀ ମଦ ପାନକରି ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବସ୍ତିରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ନିଷେଦ୍ଧ କରିବାକୁ ବସ୍ତିବାସିନ୍ଦା ଶପଥ ନେଇଥିଲେ । ଠିକ୍ ସେହି ସମୟରେ ଜଣେ ଲୋକ ବସ୍ତିରେ ମଦ ଗୋଦାମ କରିବା ସହ ଏକ ଟ୍ରକ୍ ଦେଶୀମଦ ଆଣି ରଖୁଥିବାବେଳେ ବସ୍ତିବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଯାହାଫଳରେ ବସ୍ତିବାସିନ୍ଦା ଅନେକ ଦେଶୀମଦ ପେଟିକୁ ତଳେ କଚାଡ଼ି ଭାଙ୍ଗିଦେବା ସହ ଗାଡ଼ିକୁ ପୁଲିସ ଜିମା ଦେଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଶିଖରଚଣ୍ଡି ନଗରରେ ।
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ଟ୍ରକ୍ ଶିଖରଚଣ୍ଡି ନଗରରେ ଜଣେ ବ୍ୟକ୍ତିଙ୍କ ଘର ସାମ୍‌ନାରେ ଆସି ଲାଗିଥିଲା । ଉକ୍ତ ଟ୍ରକ୍‌ରେ ମୋଟ୍ ୫ଶହ ଦେଶୀମଦ ପେଟି ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା । ଟ୍ରକ୍‌ଟି ପହଞ୍ଚିବା କ୍ଷଣି କିଛି ଲୋକ ତୁରନ୍ତ ଉକ୍ତ ମଦ ପେଟି ସବୁ ଘର ଭିତରକୁ ନେବାକୁ ଚେଷ୍ଟା କରିଥିଲେ ।

ଯାହାକୁ ନେଇ ଘଟଣା ସ୍ଥଳରେ ବସ୍ତିବାସିନ୍ଦା ଏକାଠି ହୋଇ ଘୋର୍ ବିରୋଧ କରିଥିଲେ । ଏପରିକି ତାଙ୍କ ବିନା ଅନୁମତିରେ କିପରି ବସ୍ତିରେ ଗୋଦାମ ଘର କିଏ କଲା ବୋଲି ପ୍ରଶ୍ନ କରିଥିଲେ । ସେମାନଙ୍କ ଭିତରୁ ଅନେକ ମଦ ଭର୍ତ୍ତି ପେଟି ସବୁ ଟ୍ରକ୍‌ରୁ ଆଣି ତଳେ କଚାଡ଼ି ଭାଙ୍ଗିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଟ୍ରକ୍‌କୁ ଜବତ କରି ଥାନାକୁ ଆଣିଥିଲା । ଉତ୍ୟକ୍ତ ଲୋକଙ୍କ କହିବା ମୁତାବକ ବିଗତ ଦିନରେ ତାଙ୍କ ବସ୍ତିରେ ଅନେକ ଲୋକ ଦେଶୀମଦ ପିଇ ମୃତ୍ୟୁବରଣ କରିଛନ୍ତି । ଏପରିକି ଅନେକ ଲୋକଙ୍କ ଚୁଲି ଲିଭିଯାଇଛି । ଅନେକ ପରିବାର ନଷ୍ଟ ହୋଇଯାଇଛି । ଯାହାକୁ ନେଇ ସେମାନେ ବସ୍ତିରେ ଆଉ ଦେଶୀମଦ ପୂରାଇ ଦେବେନାହିଁ ବୋଲି ଶପଥ ନେଇଥିଲେ ।

କିନ୍ତୁ ହଠାତ୍ ଗୁରୁବାର ତାଙ୍କ ବିନା ପରାମର୍ଶରେ ତାଙ୍କ ବସ୍ତିରେ ପୁନର୍ବାର ଦେଶୀମଦ ଗୋଦାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସବୁଠାରୁ ବଡ଼ କଥା ଉକ୍ତ ମଦ ସବୁ ଲକ୍‌ଡାଉନ୍ ସମୟରେ ବସ୍ତିରେ ବେପାର କରିବା ପାଇଁ ପ୍ଲାନ୍ କରାଯାଇଥିଲା ବୋଲି ବସ୍ତିବାସିନ୍ଦା କହିଛନ୍ତି । ଏପରିକି ସେମାନେ ଉକ୍ତ ଟ୍ରକ୍‌କୁ ସମ୍ପୂର୍ଣ୍ଣ ଜାଳିଦେବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଥିଲା । ପରେ ବସ୍ତିବାସିନ୍ଦା ଥାନାକୁ ଯାଇ ଯେଉଁ ଘରେ ମଦ ଗୋଦାମ ହେବାର ଥିଲା ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମଦ ଲାଇସେନ୍ସ ଅଛି କି ନାହିଁ ଯାଞ୍ଚ କରିବା ପରେ ଟ୍ରକ୍‌କୁ ଛାଡ଼ିଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking