27.1 C
Bhubaneswar
Friday, March 29, 2024
Homeଅପରାଧମା' ମଥାରେ ସିନ୍ଦୁର ଲଗେଇ ଗିରଫ ହେଲା ପୁଅ

ମା’ ମଥାରେ ସିନ୍ଦୁର ଲଗେଇ ଗିରଫ ହେଲା ପୁଅ

ଦେବଗଡ : ଜନ୍ମଦାତ୍ରୀ ମା’କୁ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିବାସହ ଚୁମ୍ବନ ଦେବା ଏପରିକି ମା’ମୁଣ୍ଡରେ ସିନ୍ଦୁର ଲଗାଇବା ଭଳି ଅଭାବନୀୟ କାଣ୍ଡ ଭିଆଇ ଗିରଫ ହୋଇଛି ପୁଅ । ଏଭଳି ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ଗ୍ରାମରେ । ନିର୍ଯାତିତା ମା’ର ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଗିରଫ କରିଛି ଅଭିଯୁକ୍ତ କୁଳାଙ୍ଗାର ପୁଅକୁ । ସୂଚନା ଅନୁଯାୟୀ, କଣ୍ଟାପାଲି ଗ୍ରାମର ଫକୀର ମୋହନ ପ୍ରଧାନଙ୍କ ସ୍ତ୍ରୀ ମମତା ପ୍ରଧାନଙ୍କୁ ତାଙ୍କ ଜନ୍ମିତ ପୁଅ ବିବେକା ପ୍ରଧାନ (୨୯) ବିଭିନ୍ନ ସମୟରେ ନିଶା ପାନ କରିବାସହ ଟଙ୍କା ପଇସା ପାଇଁ ଘରେ ଗଣ୍ଡଗୋଳ କରିଥାଏ । ଗତବର୍ଷ ପୁଅର ବିବେକା ଉଭୟ ମା ‘ ବାପାଙ୍କୁ ଘର ମଧ୍ୟରେ ଭରି ଘରେ ନିଆଁ ଲଗାଇ ସେମାନଙ୍କୁ ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ମମତାଙ୍କ ଶାଶୂ ସେମାନଙ୍କୁ ବଞ୍ଚାଇ ଥିଲେ । ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ବାପା ମା ‘ ଘର ଛାଡ଼ି କିଛିଦିନ ଅନ୍ୟତ୍ର ଭଡ଼ା ଘରେ ରହିଥିଲେ । ସେଠାକୁ ମଧ୍ୟ ପୁଅ ବିବେକା ଯାଇ ସେମାନଙ୍କୁ ମାଡ଼ଗାଳି କରିଆସୁଥିଲା । ତେବେ ଗତ ଡିସେମ୍ବର ମାସରେ ବିବେକା ନିଜ ଭୁଲ ସ୍ୱୀକାର କରି ଭଡ଼ାଘରୁ ସେମାନଙ୍କୁ ନିଜ ଘରକୁ ଆଣିଥିଲା । ମାତ୍ର ବାପା ମା’ ଘରକୁ ଆସିବା ପରେ ପୁଣିଥରେ ପୂର୍ବଭଳି ଅତ୍ୟାଚାର ଆରମ୍ଭ କରିଥିଲା ।

ସେହିପରି ଗତ ମାର୍ଚ୍ଚ ମାସରେ ପୁଅ ବିବେକା ମା’କୁ ଅଶ୍ଳୀଳ ଇଙ୍ଗିତ କରିବାସହ ଅସଦାଚରଣ କରି ମା’ ମମତାଙ୍କ ମଥାରେ ସିନ୍ଦୁର ଭରି ଦେଇଥିଲା । ମମତା ଏକଥା ନିଜ ସ୍ୱାମୀଙ୍କୁ କହିବାରୁ ସେ ଏହାର ପ୍ରତିବାଦ କରିବାରୁ ବିବେକା ଉଭୟଙ୍କୁ ମାଡ଼ ମାରି ଘରୁ ତଡ଼ିଦେବା ସହ ମରଣାନ୍ତାକ ଆକ୍ରମଣ କରିଥିଲା । ଏନେଇ ପୁଲିସ ନିକଟରେ ଉଭୟ ଅଭିଯୋଗ କରିଥିଲେ ମଧ୍ୟ ମିଳାମିଶା ହୋଇ ଘଟଣାର ସମାଧାନ କରାଯାଇଥିଲା । ଲୋକ ଲଜ୍ଜ୍ୟା ଭୟରେ ପୁଅର କଳା କାରନାମାକୁ ମା’ ନିଜ ଭିତରେ ଲୁଚାଇ ରଖି ନିର୍ଯାତନା ସହି ଯାଉଥିଲେ । ତେବେ ବୁଧବାର ମମତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ସହ ନିଜ ଆମ୍ବ ବଗିଚାରୁ ବିକ୍ରି ହୋଇଥିବା ଆମ୍ବର ହିସାବ କରୁଥିବା ବେଳେ ପୁଅ ବିବେକା ଆସି ଟଙ୍କା ମାଗିଥିଲା । ପରିବାର ଲୋକେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ପୁଅ ବିବେକା ଏକ ବାଡ଼ି ସାହାଯ୍ୟରେ ପରିବାରର ଚାରିଜଣ ସଦସ୍ୟଙ୍କୁ ଆକ୍ରମଣ କରିଥିଲା ।

ଏ ନେଇ ମା’ ମମତା ସହାୟତା ପାଇଁ ବାରକୋଟ ସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥା “ସଖୀ’ ନିକଟରେ ସହାୟତା ପାଇଁ ନିବେଦନ କରିବା ସହ ଦେବଗଡ଼ ଥାନାରେ ପୁଅ ଅତ୍ୟାଚାରରୁ ରକ୍ଷା ପାଇଁ ପୁଅକୁ ଜେଲ ପଠାଇବାକୁ ଅନୁରୋଧ ପୂର୍ବକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବାସହ କୁଳାଙ୍ଗାର ପୁଅକୁ ଗିରଫ କରିଛି । ତେବେ କୋର୍ଟଚାଲାଣ ପୂର୍ବରୁ ଅଭିଯୁକ୍ତ ଅଚେତ ହେବାର ନାଟକ କରିବାରୁ ପୁଲିସ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking