28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆସନ୍ତା ୧୨ରୁ ଚାଲିବ ଅଧିକ ୮୦ଟି ପାସେଞ୍ଜର ଟ୍ରେନ

ଆସନ୍ତା ୧୨ରୁ ଚାଲିବ ଅଧିକ ୮୦ଟି ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ : ସାରା ଦେଶରେ ଆତଙ୍କ ଖେଳେଇବାରେ ଲାଗିଛି ମହାମାରୀ କରୋନା । ତେଣୁ ଟ୍ରେନ, ବିମାନ, ବସ୍ ସେବା ପ୍ରାୟ ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ ଧିରେ ଧିରେ ପ୍ରାୟ ସବୁ ସ୍ୱାଭାବିକ ହେବାରେ ଲାଗିଛି । ଅନ୍ୟପଟେ ଅଗଷ୍ଟ ୩୧ପରଠାରୁ ଅନଲକ୍ ୪.୦ ଗାଇଡ଼ଳାଇନ ଲାଗୁ ହୋଇଛି । ସେହିପରି ସେପ୍ଟେମ୍ବର ୧୨ ତାରିଖରୁ ଅଧିକ ୮୦ଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଏହାସହ ସେପ୍ଟେମ୍ବର ୧୦ରୁ ଯେଉଁ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ ଟିକେଟ ବୁକିଂ କରିପାରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଦେଶରେ ଏବେ ବି କରୋନା ର ପ୍ରକୋପ ଜାରି ରହିଛି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ସର୍ବାଧିକ ୮୬,୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୨୩,୧୭୯ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୬୯,୫୬୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୩୧,୦୭,୨୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮,୪୬,୩୯୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ, ଗତକାଲି ୨୪ଘଣ୍ଟାରେ  ୮୩,୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହ ୧୦୯୬ଜଣ ମୃତ୍ୟୁବରଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking