34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଋଷ ଟୀକା ପୁଣି ବଢାଇଲା ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ପଜିଟିଭ୍ ରେଜଲ୍ଟ

ଋଷ ଟୀକା ପୁଣି ବଢାଇଲା ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ପଜିଟିଭ୍ ରେଜଲ୍ଟ

ନୂଆଦିଲ୍ଲୀ : ଗତ ମାସରେ ଦୁନିଆରେ ସବୁଠାରୁ ପ୍ରଥମ କରୋନା ଟୀକାର ପ୍ରସ୍ତୁତ କରିଥିବା ଋଷ ଦାବି କରିଥିଲା । କିନ୍ତୁ ରୁଷୀୟ ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ ବଡ଼ ବଡ଼ ଏକ୍ସପର୍ଟ ଆରମ୍ଭରୁ ଏହାକୁ ଭରସା କରିପାରି ନ ଥିଲେ । ଏବେ ଏକ ନୂଆ ଅଧ୍ୟୟନରେ ଋଷର ଏହି ଟିକାକୁ ସୁରକ୍ଷିତ ଓ ପ୍ରଭାବିତ ବୋଲି କୁହାଯାଇଛି ।

ଦି ଲାନସିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ନନ୍- ରେଡମାଇଜଡ୍ ଭ୍ୟାକସିନ ଟ୍ରାଏଲରେ ଏହାର ଭଲ ପରିଣାମ ମିଳିଛି । ଟିକାର ଦୁଇଟି ଫର୍ମୁଲେସନକୁ ୭୬ ଲୋକଙ୍କ ଉପରେ ଟ୍ରାଏଲ କରାଯିବା ପରେ ୪୨ ଦିନରେ ଏହାର ସେଫ୍ଟି ପ୍ରୋଫାଇଲ ବିଷୟରେ ସୂଚନା ମିଳିଛି । ଏହା ସହ ୨୧ ଦିନ ମଧ୍ୟରେ ସବୁ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଣ୍ଟିବଡ଼ିରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking