39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବୋଥ୍ରାଙ୍କର ପୋଲିସ ପାୱାର ନାହିଁ : ପ୍ରକାଶ

ବୋଥ୍ରାଙ୍କର ପୋଲିସ ପାୱାର ନାହିଁ : ପ୍ରକାଶ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ଘଟଣାରେ ବିଜେପି ନେତା ପ୍ରକାଶ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ନେଇ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନଥିବା ସେ କହିଛନ୍ତି । ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୋଲିସ କରିବ । ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି । ତାଙ୍କର କୌଣସି ପୋଲିସ ପାୱାର ନାହିଁ, ତଦନ୍ତ କେମିତି କରିବେ । ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ, ସିବିଆଇକୁ ତଦନ୍ତ ଦିଆଯାଉ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ଏସଆଇଟି ତଦନ୍ତ କରିବାର ଅଧିକାର ନାହିଁ । ଏସଆଇଟି ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ । ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ  ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ପରେ  ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି। ମାତ୍ର ପରୀ ବାପାମା ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking