34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏଲ୍ ଏଣ୍ଡ୍ ଏସ୍ କ୍ଲବ କାର୍ଯ୍ୟକାରିଣି ବୈଠକ; ନରସିଂହ, ଇନଟେକ୍ ଓ ସଂସ୍କୃତି ବିଭାଗକୁ...

ଏଲ୍ ଏଣ୍ଡ୍ ଏସ୍ କ୍ଲବ କାର୍ଯ୍ୟକାରିଣି ବୈଠକ; ନରସିଂହ, ଇନଟେକ୍ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ

ବଲାଙ୍ଗିର,(ଦେବାଶିଷ ମିଶ୍ର)- କାଲି ସଂନ୍ଧ୍ୟା ୬ ଘ ଠାରେ ବଲାଙ୍ଗିରର ସର୍ବପୁରାତନ ଐତିହ୍ୟ ସଂପର୍ଣ୍ଣ ଜର୍ଜ ଲିଟିରାରି ଏଣ୍ଡ ସୋସିଆଲ କ୍ଲବ ଯାହାକି ବର୍ତ୍ତମାନ ଲିଟିରାରି ଏଣ୍ଡ ସୋସେିଆଲ କ୍ଲବ ନାମରେ ପରିଚିତ ତାହାର କାଯ୍ୟକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ସିଂ ଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସଂସ୍କୃତି ବିଭାଗ ଦ୍ୱାରା କ୍ଲବର ଐତିହ ,ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଅନୁଦାନ ର ମଞ୍ଜୁରି ମିଳିଥିବାରୁ କ୍ଲବ ସଦସ୍ୟମାନଙ୍କ ତରଫରୁ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣୀଗ୍ରାହି , ପ୍ରକଳ୍ପ ପାଈଁ କାମ କରିଥିବା ଇନଟେକ୍ ର ରାଜ୍ୟ ସଭାପତି ମଲିକା ମିତ୍ର, ଜିଲ୍ଲା ସଭାପତି ଶିବ ପ୍ରସାଦ ନନ୍ଦ ଏବଂ ଅନୁଦାନ ଆଣୀବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ କୃତଜ୍ଞତା ଜଣା ଯାଇଥିଲା । କ୍ଲବର ସାଧାରଣ ସଂପାଦକ ଅସିତ ମିଶ୍ର କ୍ଲବ ର ସଂରକ୍ଷଣ ପାଇଁ ଆସିଥିବା ଏହି ଅନୁଦାନ ବଲାଙ୍ଗିର ର ଆଗାମୀ ପିଢି ପାଇଁ ବରଦାନ ସାବିତ ହେବ ବୋଲି କହିଥିଲେ । ପ୍ରକଳ୍ପ ଯେମିତି ଠିକ ହିସାବର ଆରମ୍ଭ ପୋଇ ସଂପୁର୍ଣ୍ଣ ହେବ ସେ ଦିଗରେ କ୍ଲବର ସମସସ୍ତ ସଦସ୍ୟ ସଂପୁର୍ଣ୍ଣ ସହେଯାଗ କରିବେ ବୋଲି କହିଥିଲେ । ଆଜିର ଏହି ସଭାରେ ଉପାଧକ୍ଷ ବିଶ୍ୱନାଥ ମିଶ୍ର, ସହ ସଂପାଦକ ବୁଲୁ ଦାନୀ, ଅର୍ଥ ସଂପାଦକ ବାସୁଦେବ ନାଗ, କାର୍ଯ୍ୟନିର୍ବାହି କମିଟି ସଭ୍ୟ ମନୀଷ ମିଶ୍ର ଓ ଗୋପାଳ କୃଷ୍ଣ ବରାଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking