27.1 C
Bhubaneswar
Tuesday, May 7, 2024
Homeଅପରାଧଶୈଶବରେ ଯୌନ ଶୋଷଣରୁ ଏବେ ପେସାଦାର ଅପରାଧୀ : ଗୁରୁଗ୍ରାମରୁ ଗିରଫ

ଶୈଶବରେ ଯୌନ ଶୋଷଣରୁ ଏବେ ପେସାଦାର ଅପରାଧୀ : ଗୁରୁଗ୍ରାମରୁ ଗିରଫ

ଗୁରୁଗ୍ରାମ : ଗତ ତିନି ଦିନ ତଳେ ଜଣେ ୨୨ ବର୍ଷ ସିରିଆଲ କିଲରକୁ ଗିରଫ କରିଛି ଗୁୁରୁଗ୍ରାମ ପୋଲିସ । ଆରୋପୀ ଜଣକ ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ହତ୍ୟା କରିସାରିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ହତ୍ୟା କରାଯାଇଥିବା ୧୦ ଜଣ ବ୍ୟକ୍ତି ଦିଲ୍ଲୀ , ବିହାର ,ଗୁରୁଗ୍ରାମ ର ବୋଲି ଜଣାପଡ଼ିଛି । ହତ୍ୟାକାରୀ ଜଣକ କେବଳ ପୁରୁଷ ବ୍ୟକ୍ତି ମାନଙ୍କୁ ହିଁ ହତ୍ୟା କରିଛି । ସେ ନିଜ ପକେଟରେ ରଖିଥିବା ଛୁରୀ ସାହାଯ୍ୟରେ ଭୁଷି ହତ୍ୟା କରିଛି ।
ଆରୋପୀର ନାମ ମହମ୍ମଦ ରାଜି ବୋଲି ଜଣାପଡ଼ିଛି । ହତ୍ୟା ଘଟଣାର କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି । ହତ୍ୟାକାରୀ ଜଣକ ବେଶ ଚତୁରତାର ସହିତ ହତ୍ୟାର ଯୋଜନା ବନାଇଥିଲ ।
ମହମ୍ମଦ ରାଜି ଜଣେ କୁଖ୍ୟାତ ଅପରାଧି ହେବାକୁ ଚାହୁଁଥିଲା ଓ ୧୦୦ ଜଣଙ୍କ ହତ୍ୟାର ଟାର୍ଗେଟ ରଖିଥିଲ । । ସେହିପରି ଯୋଜନା ଅନୂସାରେ ନଭେମ୍ବର ୨୬ ଦିନ ରାଜି ଜଣେ ବ୍ୟକ୍ତିକୁୁ ସେକ୍ଟର ୭ ରେ ବସିଥିବାର ଦେଖି ତା’ ସହ କଥାବାର୍ତ୍ତା ହେବାକୁ ଆରମ୍ଭ କରିଥିଲ । ସିଏ ନିଜକୁ ଜଣେ ବିହାରରୁ କାମ ଖୋଜିବା ପାଇଁ ଆସିଥିବା ବ୍ୟକ୍ତି ବୋଲି ଦର୍ଶାଇ ଥିଲ । ପରିବାରରେ ତାକୁ ଟଙ୍କା ରୋଜଗାର ନକରୁ ଥିବାରୁ ବାହାର କରିଦେଇଛନ୍ତି । ଏହା କହି କାନ୍ଦିବା ଆରମ୍ଭ କରିଥିଲ । ନିଜ ପାଖରେ ଥିବା ଏକ ହ୍ୱିଷକି ବୋତଲକୁ ଆର ଲୋକକୁ ପିଇଈବାକୁ ଯାଚିଥିଲ । । ଅନ୍ୟ ବ୍ୟକ୍ତି ଜଣକ ବୋତଲରୁ ଅଧା ପିଇସାରିବା ପରେ ରାଜି ତା ଯୋଜନା ମୁତାବକ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲା ଓ ୬ ଥର ଛୁରୀରେ ଭୁଷି ତା’ ଗଳାକୁ କାଟି ଟିକିଟିକି କରିଦେଇଥିଲା । ତାକୁ ହତ୍ୟା କରିଦେଇଥିଲ । ଏହାପରେ ଏକ ପଲିଥିନରେ ପ୍ୟାକିଂ କରି ଫୋପାଡ଼ି ବାକୁ ଯାଉଥିଲ । ଏହାନେଇ ଅତିରିକ୍ତ କମିଶନର ରାକେଶ କୁମାର ସୂଚନା ଦେଇଛନ୍ତି ।
ରାଜିକୁ ପୋଲିସ ଗିରଫ କରିବା ପରେ ସେ ପୋଲିସକୁ କହିଥିଲା ଯେ ସେ ୧୦୦ ଲୋକକୁ ମାରିବାକୁ ଟାର୍ଗେଟ ରଖିଥିଲା । ତଦନ୍ତ ଆରମ୍ଭ କରିବା ପରେ ଜଣା ପଡ଼ିଥିଲା ଯେ ରାଜିକୁ ତାର ଜଣେ ସଂମ୍ପର୍କିୟ ପୁରୁଷ ଯୌନ ଶୋଷଣ କରିଥିଲା ସେହିଦିନ ଠାରୁ ସେ ପୁରୁଷ ମାନଙ୍କୁ ମାରିବାକୁ ପ୍ରଣ କରିନେଇଥିଲା । ତେବେ ପୋଲିସ ରାଜିକୁ ଡ଼ାକ୍ତରୀ ମାଇନା ପାଇଁ ପଠାଇବା ସହ ୧୪ ଦିନ ରିମାଣ୍ଡ ରେ ପଠାଇଛି ଓ ତଦନ୍ତ ଚାଲୁ ରଖିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking