40.1 C
Bhubaneswar
Saturday, April 27, 2024
Homeଖେଳଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୦୦ ମ୍ୟାଚ୍ ଖେଳିଲେ ପନ୍ତ୍

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୦୦ ମ୍ୟାଚ୍ ଖେଳିଲେ ପନ୍ତ୍

ଜୟପୁର: ରିଷଭ ପନ୍ତ୍ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ରେକର୍ଡ କରିଛନ୍ତି । ପନ୍ତ୍ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜି ପକ୍ଷରୁ ୧୦୦ ମ୍ୟାଚ୍ ଖେଳିବାରେ ପ୍ରଥମ କ୍ରିକେଟର୍ ହୋଇଛନ୍ତି । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଟସ୍‌୍ ପାଇଁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୧୦୦ ମ୍ୟାଚ୍ ଖେଳିବାରେ ପ୍ରଥମ ଏବଂ ଏକମାତ୍ର ଖେଳାଳି ହୋଇଛନ୍ତି । ଆଇପିଏଲ୍ ୨୦୨୪ ଜରିଆରେ ପ୍ରଫେସନାଲ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ପନ୍ତ୍ ଏହି ସିଜନ୍ ପୂର୍ବରୁ ଟିମ୍ ପାଇଁ ୯୮ ମ୍ୟାଚ୍ ଖେଳିଥିଲେ । ଅମିତ୍ ମିଶ୍ରା ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ଫ୍ରାଞ୍ଚାଇଜି ପକ୍ଷରୁ ୯୯ ମ୍ୟାଚ୍ ଖେଳିବାରେ ସଫଳ ହୋଇଛନ୍ତି । ରିଷଭ ପନ୍ତ୍ ଏହି ଉପଲବ୍ଧି ହାସଲ କରିବା ସହ ଅମିତ ମିଶ୍ରାଙ୍କ ବ୍ୟତୀତ ଶ୍ରେୟସ ଆୟର୍ ଏବଂ ବୀରେନ୍ଦ୍ର ସେହ୍ୱାଗ୍‌ଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ଶ୍ରେୟସ୍ ଆୟର୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୮୨ ମ୍ୟାଚ୍ ଖେଳିଥିବା ବେଳେ ଡେଭିଡ୍ ୱାର୍ଣ୍ଣର୍ ଏବଂ ବୀରେନ୍ଦ୍ର ସେହ୍ୱାଗ ୭୯ ମ୍ୟାଚ୍ ଟିମ୍ ପାଇଁ ଖେଳିଛନ୍ତି । ୱାର୍ଣ୍ଣର୍ ଆଇପିଏଲ୍ ଆରମ୍ଭରୁ ହିଁ ଏହି ଫ୍ରାଞ୍ଚାଇଜି ପକ୍ଷରୁ ଖେଳିଥିଲେ । ରିଷଭ ପନ୍ତ୍ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ ଏବଂ ୨୦୨୧ରେ ଟିମ୍‌ର କ୍ୟାପ୍‌ଟେନ୍ ହୋଇଥିଲେ । ପନ୍ତ୍ ବର୍ତ୍ତମାନ ସୁଦ୍ଧା ଟିମ୍ ପକ୍ଷରୁ ଖେଳିଥିବା ୯୯ ମ୍ୟାଚ୍‌ର ୯୮ ଇନିଂସ୍‌ରେ ୧୫ ଥର ଅପରାଜିତ ରହି ମୋଟ ୨୮୫୬ ରନ୍ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କର ସର୍ବାଧିକ ସ୍କୋର୍ ୧୨୮ ରନ୍ ରହିଛି । ଏହି ଏକମାତ୍ର ଶତକ ବ୍ୟତୀତ ତାଙ୍କ ବ୍ୟାଟ୍‌ରୁ ୧୫ ଅର୍ଦ୍ଧଶତକ ମଧ୍ୟ ହୋଇଛି । ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ଆଭରେଜ୍ ୩୪.୪୧ ହୋଇଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୪୭.୯ ରହିଛି । ଇତିମଧ୍ୟରେ ୨୬୨ ଚୌକା ଓ ୧୨୯ ଛକା ତାଙ୍କ ନାମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking