24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

ମଣିପୁର:  କୁକି ଉଗ୍ରବାଦୀମାନେ ନାରସେନା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌) ର ଦୁଇ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ, କୁକି ଉଗ୍ରବାଦୀମାନେ ରାତି ୧୨ଟା ୩୦ମି.ରୁ ଭୋର୍ ୨ଟା ୧୫ମି. ଯାଏଁ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନ ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ ଉଜଚୠ ର ୧୨୮ ବାଟାଲିୟନର ସଦସ୍ୟ ଥିଲେ। ଅପରପକ୍ଷେ ଏହି ଆକ୍ରମଣରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ପାହାଡ ଶୀର୍ଷରୁ ଉଗ୍ରବାଦୀ ମାନେ ଆକ୍ରମଣ କରୁଥିବା ବେଳେ କ୍ୟାମ୍ପ ଉପରେ ବୋମା ମାଡ଼ ମଧ୍ୟ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking