35.1 C
Bhubaneswar
Wednesday, May 8, 2024
Homeଖେଳକେକେଆର୍‌ରେ ୧୬ ବର୍ଷୀୟ ଆଲ୍ଲାହ ଗଜନଫର୍‌; ରାଜସ୍ଥାନ ପାଇଁ ଖେଳିବେ କେଶବ ମହାରାଜ

କେକେଆର୍‌ରେ ୧୬ ବର୍ଷୀୟ ଆଲ୍ଲାହ ଗଜନଫର୍‌; ରାଜସ୍ଥାନ ପାଇଁ ଖେଳିବେ କେଶବ ମହାରାଜ

ମୁମ୍ବାଇ: ଆଇପିଏଲ୍ ୨୦୨୪ର ପ୍ରାୟ ଅଧା ଡଜନ ମ୍ୟାଚ୍ ସରିବା ପରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଗୋଟିଏ ଲେଖାଏଁ ବଦଳ ଖେଳାଳି ଘୋଷଣା କରିଛନ୍ତି । ଚଳିତ ସିଜନ୍‌ରେ କେକେଆର୍‌କୁ ଆଫଗାନିସ୍ତାନ ସ୍ପିନର୍ ମୁଜିବ୍ ଉର୍ ରହମାନ୍‌ଙ୍କ ସେବା ମିଳିବ ନାହିଁ । ସେହିପରି ରାଜସ୍ଥାନ ଟିମ୍‌ରୁ ଆହତ ଫାଷ୍ଟ୍ ବୋଲର୍ ପ୍ରସିଦ୍ଧ କ୍ରିଷ୍ଣା ବାଦ୍ ପଡ଼ିଛନ୍ତି । ଆଇପିଏଲ୍ ୨୦୨୪ରୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବାଦ୍ ପଡ଼ିବା ସୂଚନା ପୂର୍ବରୁ ମିଳିଥିଲା । କେକେଆର୍‌ରେ ଆଫଗାନିସ୍ତାନର ଜଣେ ନୂଆ ଖେଳାଳିଙ୍କ ଏଣ୍ଟ୍ରି ହୋଇଛି । କେକେଆର୍‌ରେ ମୁଜିବ ଉର୍ ରହମାନ୍‌ଙ୍କ ସ୍ଥାନରେ ଆଫଗାନିସ୍ତାନର ବୋଲର୍ ଆଲ୍ଲାହ ଗଜନଫର୍ ସାମିଲ ହୋଇଛନ୍ତି । ସେହିପରି ରାଜସ୍ଥାନ ରୟାଲ୍ସରେ ପ୍ରସିଦ୍ଧଙ୍କ ବଳଦ ଖେଳାଳି ଭାବେ ସାଉଥ୍ ଆଫ୍ରିକା ସ୍ପିନର୍ କେଶବ ମହାରାଜ ଯୋଗ ଦେଇଛନ୍ତି । ଆଇପିଏଲ୍ ପକ୍ଷରୁ ଜାରୀ ଆଧିକାରିକ ମିଡିଆ ରିଲିଜ୍‌ରେ ଏହି ସୂଚନା ଦିଆଯାଇଛି । ଆଲ୍ଲାହ ଗଜନଫର୍ ଆଫଗାନିସ୍ତାନ ପାଇଁ ମାତ୍ର ଦୁଇଟି ଟେଷ୍ଟ୍ ଖେଳିଛନ୍ତି । ଏହା ବ୍ୟତୀତ ଘରୋଇ କ୍ରିକେଟ୍ ଓ ଅନ୍ୟ ଲିଗ୍‌ରେସେ ତିନିଟି ଟି-୨୦ ଏବଂ ୬ ଲିଷ୍ଟ୍‌-ଏ ମ୍ୟାଚ୍ ଖେଳିଛନ୍ତି । ସେ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କେକେଆର୍‌ରେ ଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ ୨୭ ଟି-୨୦ ଅନ୍ତର୍ଜାତୀୟ, ୪୪ ଦିନିକିଆ ଅନ୍ତର୍ଜାତୀୟ ସହିତ ୫୦ ଟେଷ୍ଟ୍ ମ୍ୟାଚ୍ ଖେଳିସାରିଥିବା କେଶବ ମହାରାଜଙ୍କୁ ରାଜସ୍ଥାନ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଛି । ଏହା ବ୍ୟତୀତ ସେ ଲିଗ୍ କ୍ରିକେଟ୍‌ରେ ୧୫୯ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ତାଙ୍କ ନାମରେ ୨୩୭ ଅନ୍ତର୍ଜାତୀୟ ୱିକେଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking