42.1 C
Bhubaneswar
Saturday, April 27, 2024
Homeଓଡିଶାନବ ଦାସ ହତ୍ୟା ମାମଲାରେ ଡିଜିପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ; ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦିଅ

ନବ ଦାସ ହତ୍ୟା ମାମଲାରେ ଡିଜିପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ; ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦିଅ

ଭୁବନେଶ୍ୱର: ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଆଜି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଓଡ଼ିଶାର ପୁଲିସ ଡିଜିଙ୍କୁ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଏହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାକୁ ବର୍ଷେ ବିତିବା ପରେ ଘଟଣାର ପର୍ଦ୍ଦାଫାସ ନହେବା ଯୋଗୁଁ ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ ଏନ୍‌ଏଚ୍‌ଆରସିରେ ଆବେଦନ କରିବା ପରେ ଆଜି ରାୟ ଶୁଣାଇଛନ୍ତି କମିଶନ । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାକୁ ଜାନୁଆରୀ ୨୯ ତାରିଖ ୨୦୨୪ ସୁଦ୍ଧା ୧ ବର୍ଷ ବିତିଯାଇଛି । ଏହା ପରେ ମଧ୍ୟ ନବ କିଶୋର ଦାସଙ୍କ ହତ୍ୟା ଆଜି ବି ରହସ୍ୟ ଘେରରେ ରହିଛି । ଏହି ହତ୍ୟା ମାମଲାରେ ୧୦ଟି ସମ୍ବେଦନଶୀଳ ତଥ୍ୟ ସହ କମିଶନଙ୍କ ଏକ ସ୍ପେଶାଲ ଟିମ ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୧୫୪୧/୨୦୨୩ ରେ ମିସକେଶ ଦାଏର କରିଥିଲା ନ୍ୟାୟ ପାଇଁ ଲଢେଇ ପରିବାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking